ଅଜୀର୍ଣ୍ଣ ରୋଗ ଓ ଆୟୁର୍ବେଦରେ ଏହାର ଉପଚାର
(ଉପସ୍ଥାପନା: ଡା. ଗୌରୀଶଙ୍କର ପଣ୍ଡା) ସେବନ କରିଥିବା ଭୋଜନ ଯଦି ଠିକ୍ ଢଙ୍ଗରେ ପାଚନ / ହଜମ ହେଲା ନାହିଁ, ତାହା ହେଉଛି ‘ଅଜୀର୍ଣ୍ଣ’ (ଇନ୍ଡାଇଜେସନ୍) । ଜଠରାଗ୍ନିର ମନ୍ଦତା ଯୋଗୁଁ ଭୋଜନର ପରିପାକ ହୋଇପାରେ ନାହିଁ ଏବଂ ଏହି ଭୋଜନର ଅପରିପକ୍ୱତାକୁ ‘ଅଜୀର୍ଣ୍ଣର୍’ କୁହାଯାଇଥାଏ । ଭୋଜନ ଯେତେବେଳେ ହଜମ ହୁଏ ନାହିଁ, ସେହି ଅପକ୍ୱ ଅନ୍ନମାନଙ୍କୁ ‘ଆମ’ କୁହାଯାଏ । ଅଜୀର୍ଣ୍ଣକୁ ଅନେକ ରୋଗର ମୂଳ କୁହାଯାଇଥାଏ । ଅଜୀର୍ଣ୍ଣର କାରଣ ଉପବାସ