କେମୋଥେରାପି – Chemotherapy Description by Oncologist Dr Sourav Kumar Mishra

ଡା. ସୌରଭ କୁମାର ମିଶ୍ର ଡିଏମ୍ (ମେଡ଼ିକାଲ୍ ଅଙ୍କଲୋଜି) କର୍କଟ ରୋଗ ବିଶେଷଜ୍ଞ ଭୁବନେଶ୍ୱର (୧) କେମୋଥେରାପି କ’ଣ? କ୍ୟାନସର୍ (କର୍କଟ) ଆକ୍ରାନ୍ତ କୋଷମାନଙ୍କ ବିନାଶ କରିବା ପାଇଁ ଯେଉଁ ଔଷଧ ପ୍ରୟୋଗ କରାଯାଏ ତାହାକୁ ‘କେମୋଥେରାପି’ କୁହାଯାଏ । ଏଗୁଡ଼ିକ ଇଞ୍ଜେକସନ୍ ଏବଂ ଟାବଲେଟ୍ ରୂପରେ ଉପଲବ୍ଧ । (୨) ସମସ୍ତ ପ୍ରକାର କ୍ୟାନସରରେ କେମୋଥେରାପିର ପ୍ରୟୋଗ ବାଧ୍ୟତାମୂଳକ ଅଟେ କି? ପ୍ରାୟ ଅଧିକାଂଶ କ୍ୟାନସର ରୋଗୀ ସେମାନଙ୍କ କ୍ୟାନସର୍ ଚିକିତ୍ସାର ଅଂଶବିଶେଷ ଭାବେ କେମୋଥେରାପିର