ଫ୍ଲାସ୍ ବ୍ୟାକରେ ଡା. ପରେଶ ଚନ୍ଦ୍ର ଦେ- Life story of Dr. PC Dey- Orthopedic & Endospine Surgeon- Modern Ortho Clinic- Bhubaneswar
ଜୀବନକୁ ଭୋଗିବା ଭଳି ଭୋଗିଥିବା ଲୋକର ରୋଚକ କାହାଣୀଟିଏ ଥାଏ । ଅନେକ କ୍ଷେତ୍ରରେ ଦେଖାଯାଇଛି ଜୀବନର ପ୍ରାରମ୍ଭିକ ଅବସ୍ଥାରେ ଦୁଃଖ, ଦାରିଦ୍ର୍ୟରେ କାଟିଥିବା ମଣିଷ ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଏ । ଅଭାବ ଅନଟନରେ ହିଁ ସେ ଘଷିମାଜି ଚିକ୍କଣ କରୁଥାଏ ତା’ର ସ୍ୱପ୍ନ । ଯେକୌଣସି ପରିସ୍ଥିତିରେ ବି ପାଠ ପଢ଼ିବାକୁ ସ୍ୱପ୍ନ ଦେଖୁଥିବା ସେ ମଣିଷ ଆଜି ଜଣେ ପ୍ରଖ୍ୟାତ ଚିକିତ୍ସକ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧି