ମୁଖଗହ୍ୱର ଯତ୍ନ- By Dr. Prangyan Paramita Mishra Dentist Cuttack
ଡା. ପ୍ରଜ୍ଞା ପାରମିତା ମିଶ୍ର ଦନ୍ତ ଚିକିତ୍ସକ କଟକ ସୁନ୍ଦର ହସଟେ କିଏ ବା ନ ଚାହେଁ! ବ୍ୟକ୍ତିତ୍ୱ ବୃଦ୍ଧିରେ ହସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଏଇ ସୁନ୍ଦର ହସ ପାଇଁ ମୁଖ ଗହ୍ୱରର ଉପଯୁକ୍ତ ଯତ୍ନ ନେବା ଏକାନ୍ତ ଅପରିହାର୍ଯ୍ୟ । ମୁଖ ଗହ୍ୱରର ସଠିକ୍ ଯତ୍ନ ନ ନେଲେ ଏହା ଅନେକ ଦନ୍ତରୋଗ ଏବଂ ମାଢ଼ି ରୋଗର କାରଣ ହୋଇଥାଏ । ଏହା ସହ ଅସ୍ଥିକ୍ଷୟ, ବିଭିନ୍ନ ପ୍ରକାରର ସଂକ୍ରମଣ