ପ୍ରଫେସର୍ ଡା. କୃପାସିନ୍ଧୁ ପଣ୍ଡାଙ୍କ ସହ ସାକ୍ଷାତକାର- Interview with Prof. Dr. Krupasindhu Panda Cuttack
ପ୍ରଫେସର୍ ଡା. କୃପାସିନ୍ଧୁ ପଣ୍ଡା । ପ୍ରଖ୍ୟାତ କ୍ୟାନସର୍ ଚିକିତ୍ସକ । ଆଜୀବନ ରୋଗୀ ସେବାରେ ବ୍ରତୀ । କଟକର ବହୁ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ । ରୋଗୀ ସେବାରେ ନିଜର ନିଷ୍ଠା ପାଇଁ ସେ ଅନେକ ସଂସ୍ଥା ଦ୍ୱାରା ସମ୍ବର୍ଦ୍ଧିତ । ସେ ଜଣେ ଉଚ୍ଚ କୋଟୀର ଲେଖକ ମଧ୍ୟ । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ଲେଖା ପ୍ରକାଶିତ ହୋଇ ପ୍ରଚୁର ପାଠକୀୟତା ସାଉଁଟିଛି । ଏତଦବ୍ୟତିତ “କ୍ୟାନସର୍: ଦ ଚିଲ୍ ଆଣ୍ଡ୍