ଗଳ୍ପ: ରଂଗର ନାଁ ପ୍ରେମ-Odia short story by Dr. Sandeep Mohapatra
ଡ. ସନ୍ଦୀପ ମହାପାତ୍ର ଭୁବନେଶ୍ୱର ଦଲକାଏ ମିଠା ବାସ୍ନା ପରି ହଷ୍ଟେଲ୍ ରୁମ୍ ଭିତରକୁ ପଶି ଆସିଲା ଶ୍ରୀ । ଗବେଷିକା ଶ୍ରମୟୀ ମିଶ୍ର । ହାତରେ ରଙ୍ଗର ଥାଳି । ପଛେ ପଛେ ବିଶ୍ୱବିଦ୍ୟାଳୟର ଆଉ କେତେ ଜଣ ପୁଅ ଝିଅ । ଖିଲି ଖିଲି ହସରେ ଫାଟି ପଡ଼ୁଥିଲା ହଷ୍ଟେଲ୍ ପରିବେଶ । ମୁଁ କିଛି ବୁଝିବା ଆଗରୁ ମୋ ମୁହଁରେ ରଂଗର ହାତ ବୋଳି ସାରିଥିଲା ଶ୍ରୀ । ଉତ୍ତେଜନାରେ ଥରୁଥିଲି ମୁଁ