କ୍ୟାନ୍‌ସର ଅଟକିବ କେମିତି

ଡା. କ୍ଷୀତିଶ ଚନ୍ଦ୍ର ମିଶ୍ର କର୍କଟ ରୋଗ ବିଶେଷଜ୍ଞ, କଟକ ୧. କ୍ୟାନ୍‌ସର ନ ହେବା ପାଇଁ ଆମେ କ’ଣ କରିବା ଉଚିତ? କ୍ୟାନ୍‌ସର ନ ହେବାକୁ ଦେବା, କ୍ୟାନ୍‌ସର ଚିକିତ୍ସା କରି ଠିକ୍ କରିବାଠାରୁ ଯଥେଷ୍ଟ ସୁବିଧା । ଅଧାରୁ ଅଧିକ କ୍ୟାନ୍‌ସରକୁ ଆମେ ହେବା ଆଗରୁ ଅଟକାଇ ପାରିବା । ବହୁତ କ୍ୟାନ୍‌ସର ତମାଖୁ ସେବନ ପାଇଁ ହୋଇଥାଏ । ତମ୍ବାଖୁ ସେବନ ବନ୍ଦ ହେଲେ କ୍ୟାନ୍‌ସରରେ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ କମିଯିବ