ଘି’ କୁଆଁରୀ (ଏଲୋ ଭେରା)- ଏକ ଅବ୍ୟର୍ଥ ଔଷଧୀୟ ଗଛ- Aloe Vera

ଡା. କ୍ଷୀରୋଦ କୁମାର ରଥ ଭୁବନେଶ୍ୱର ଆଜିକାଲି ଗଛଲତାର ବ୍ୟବହାର ଅନେକାଂଶରେ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳର ଲୋକେ ଏହାକୁ ଔଷଧ ଭାବେ ବ୍ୟବହାର କରୁଥିବାବେଳେ, ସହର ଏବଂ ଆଭିଜାତ୍ୟ ବର୍ଗ ମଧ୍ୟରେ ଏହାର ବ୍ୟବହାର କସ୍ମେଟିକ ବା ନିଉଟ୍ରାସିଉଟିକାଲ୍ ଭାବେ ଆଦୃତ ହେଉଛି । ପ୍ରକୃତି ଆମକୁ ଅନେକ ସମ୍ପଦ ଦେଇଛି । ଗଛଲତା ତନ୍ମଧ୍ୟରୁ ଅନ୍ୟତମ । ଆମ ଚତୁଃପାଶ୍ୱର୍ ଅନେକ ଔଷଧୀୟ ସବୁଜିମାରେ ଭରିରହିଛି । ତାହାର ଚିହ୍ନଟ କରି ଉପଯୋଗ କରିବା