ଅପସ୍ମାର ରୋଗ- Epilepsy causes, symptoms & treatment by Dr. Sanatan Ratha Neurosurgeon Cuttack

ପ୍ରଫେସର୍ ଡା. ସନାତନ ରଥ ନ୍ୟୁରୋସର୍ଜନ, କଟକ ଅପସ୍ମାର ବା ଏପିଲେପ୍ସି ରେ ସମାଜର ପ୍ରତି ହଜାରରେ ୫ ଜଣ ଆକ୍ରାନ୍ତ ହୋଇଥାଆନ୍ତି । ଗ୍ରାମାଂଚଳରେ ଏହାକୁ ମୂର୍ଚ୍ଛାରୋଗ ବା ଆକାଶମାରୀ ରୋଗ ବୋଲି କୁହାଯାଏ କାରଣ ଏହା ଯେପରି ଆକସ୍ମିକ ଭାବରେ ଆରମ୍ଭ ହୁଏ ସେପରି ଆକସ୍ମିକ ଭାବରେ ଚାଲିଯାଏ ଓ କ୍ରମାଗତ ଭାବରେ ଆକ୍ରମଣ କରିଥାଏ । ରୋଗୀ ମୂର୍ଚ୍ଛା ହେବା ପୂର୍ବରୁ ଅସ୍ୱାଭାବିକ ବ୍ୟବହାର ଦେଖାଉଥିବାରୁ ଲୋକେ ଏହାକୁ ଗୁଣି ଗାରେଡ଼ି ବୋଲି