ସ୍ମୃତିଶିଖା ମହାପାତ୍ର
ଭୁବନେଶ୍ୱର

ଧରଣୀରାଣୀକୁ ପାଚିଲାଧାନ କେଣ୍ଡାରେ ଏବଂ ରଙ୍ଗବେରଙ୍ଗର ଫୁଲରେ ସଜାଇ ଟୋପାଟୋପା କାକରର ସ୍ପର୍ଶ ନେଇ ଶୀତ ଆସି ପସରାମେଲାଏ ରୁତୁ ଚକ୍ରର ଆବର୍ତନରେ । ରୁତୁରେ ପରିବର୍ତନ ହେବା ସହିତ ମନୁଷ୍ୟର ଶରୀର ଏବଂ ମନରେ ମଧ୍ୟ କିଛିଟା ପରିବର୍ତନ ପରିଲକ୍ଷିତ ହୁଏ । ସାଧାରଣତଃ ଆଜିର ମନୁଷ୍ୟ ସମାଜ ସବୁ ରୁତୁରେ ନିଜକୁ କିପରି ଭାବରେ ଫିଟ୍ ଏବଂ ଫାଇନ୍ କରି ରଖିପାରିବେ ତାକୁ ନେଇ ସଚେତନ ରହିବାକୁ ପସନ୍ଦ କରୁଥିବା ବେଳେ ଯେତେବେଳେ ପ୍ରକୃତିପୃଷ୍ଠରେ ଶୀତ ଆସି ଉପନୀତ ହୁଏ ସେମାନେ ନିଜ ଶରୀର ତଥା ବିଶେଷ ଭାବରେ ନିଜର ତ୍ୱଚାର ଯତ୍ନ କେମିତି ଠିକ୍ ଭାବରେ ନେଇ ପାରିବେ ତାକୁ ନେଇ ଯଥେଷ୍ଟ ସଚେତନ ହୋଇପଡନ୍ତି ।

ଆଜିର ଯୁଗ ସୋସିଆଲ ମିଡିଆ ସହିତ ବହୁଳ ଭାବରେ ପରିଚିତ । ଯୁବପୀଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ପାଇଁ ଖୁବ୍ ସଚେତନ ହେବା ସହିତ ସବୁ ସମୟରେ ନିଜକୁ କିପରି ଫିଟ୍ ଏବଂ ଫାଇନ୍ ରଖିପାରିବେ ତାକୁ ନେଇ ମଧ୍ୟ କିଛିନା କିଛି ଚେଷ୍ଟା କରୁଥାନ୍ତି । ୟୁଟ୍ୟୁବରୁ ମଧ୍ୟ କିଛି ଭିଡିଓକୁ ଦେଖି ସେମାନେ ତାଙ୍କ ମନରେ ଉଠୁଥିବା ପ୍ରଶ୍ନର ସମାଧାନ କରିବାରେ ସଫଳ ହୋଇ ପାରୁଛନ୍ତି । ରୁତୁ ବଦଳିବା ସହିତ ଅନେକଙ୍କର ମାନସିକତାରେ ମଧ୍ୟ ପରିବର୍ତନ ଆସିଥାଏ । ଅର୍ଥାତ୍ କଥା କଥାରେ ରାଗିବା, ହଠାତ୍ ଉଦାସ ହୋଇଯିବା ଚିଡ୍ଚିଡ୍ ହେବା ଭଳି ଦେଖାଯାଏ । ଏପରି କିଛି ଯଦି ଆମେ ନିଜେ ଅନୁଭବ କରିଲା ଭଳି ଲାଗିବ ଆମେ ସେ ସମୟରେ ଭାବିବା କଥା ଯେ ଏହା ରୁତୁକାଳୀନ ଅବସାଦ ଫଳରେ ହେଉଛି ।

ସାଧାରଣତଃ ଶୀତ ରୁତୁରେ ତ୍ୱଚାର ଶୁଷ୍କତା ବଢିଯାଇଥାଏ । ତେଣୁ ଏହି ସମୟରେ ତ୍ୱଚାର ଯତ୍ନ ବିଶେଷ ଭାବରେ ଏବଂ ସଠିକ୍ ସମୟରେ ନେବା ଉଚିତ୍ । ନଚେତ୍ ତ୍ୱଚା ରୁକ୍ଷ ହେବା ସହିତ ବିଭିନ୍ନ ପ୍ରକାର ସମସ୍ୟା ତ୍ୱଚାରେ ଦେଖା ଦେଇଥାଏ । କିଛିଟା ବିଶେଷ ଦିଗ ଉପରେ ଧ୍ୟାନ ଦେଇ ତ୍ୱଚାର ଯତ୍ନ ନେବା ଜରୁରୀ ହୋଇଥାଏ । ଅଲଗା ସବୁ ରୁତୁ ଅପେକ୍ଷା ଶୀତ ଦିନରେ ତ୍ୱଚାର ଯତ୍ନରେ ଯଦି ଟିକେ ବି ଅବହେଳା କରାଯାଏ ତେବେ ମୁହଁ ଖରାପ ଦେଖାଯିବା ସହିତ ମୁହଁର ସୁନ୍ଦରତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କିଛି ନିର୍ଦ୍ଧିଷ୍ଟ ଟିପ୍ସକୁ ଅବଲମ୍ବନ କରି ଆମେ ଶୀତ ଦିନେ ମୁହଁର ଠିକ୍ ଭାବରେ ଯତ୍ନ ନେଇପାରିବା ।

ତ୍ୱଚା ହେଉଛି ଜଣେ ନାରୀ କିମ୍ବା ପୁରୁଷ ପାଇଁ ବହୁତ ଜରୁରୀ ଅଟେ । ଏହା ଆମ ଶରୀରର ଏକ ପ୍ରକାର ଆବରଣ । ଶରର ଭିତରର ଦୂଷତ ପଦାର୍ଥକୁ ନଷ୍କାସତ କରିଥାଏ ତ୍ୱଚା ଏହାସହିତ ଶରୀରର ତାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ତ୍ୱଚା ଶରୀରର ଭତର ସ୍ୱାସ୍ଥ୍ୟ ଓ ଅତିରକ୍ତ ଭାବନାକୁ ମଧ୍ୟ ପ୍ରଦର୍ଶତ କରିଥାଏ । ତେଣୁ ମୁହଁକୁ ସ୍ୱାସ୍ଥ୍ୟର ଦର୍ପଣ ବୋଲିି କୁହାଯାଏ । ସାଧାରଣତଃ ତ୍ୱଚା ସୁନ୍ଦର ଏବଂ ଚିକ୍କଣ ରହିବା କଥା । ତ୍ୱଚା ନଜର ରକ୍ଷଣାବେକ୍ଷଣ ନିଜେ କରିଥାଏ । ବିଭିନ୍ନ କାରଣରୁ ତ୍ୱଚାରେ ବିଭିନ୍ନ ପ୍ରକାର ପରବର୍ତନ ହୋଇଥାଏ । ଏହା ଫଳରେ ତ୍ୱଚା ତାର ସ୍ୱାଭାବିକତା ହରାଇଥାଏ । ତ୍ୱାଚାର ଯତ୍ନ ନେବା ପୂର୍ବରୁ କେଉଁ ତ୍ୱଚା କେଉଁ ପ୍ରକାର ଜାଣି ସାରିଲା ପରେ ତା ଅନୁଯାୟୀ ତାର ଯତ୍ନ ନେବା ସହଜ ଏବଂ ସରଳ ହୋଇପାରିଥାଏ । ତ୍ୱଚାକୁ ତାର ପ୍ରକାରଭେଦ ଅନୁସାରେ ଏବଂ ବିଭିନ୍ନ ରୁତୁରେ ଠିକ୍ ଜିନିଷ ଏବଂ ନିଜ ହାତପାହାନ୍ତାରେ ମିଳୁଥିବା ଜିନିଷକୁ ବ୍ୟବହାର କରି ଆମେ ନିଜେ ତ୍ୱଚାର ଓଜ୍ଜଲ୍ୟତାକୁ ବଜାୟ ରଖିପାରିିବା ।

ନିଜର ବ୍ୟସ୍ତବହୁଳ ଜୀବନ ଭିତରେ କିଛି ସମୟ ନିଜ ପାଇଁ କାଢିବାକୁ ଜମା ଭୂଲିବେନି । କାମ ସହିତ ଆମେ କେମିତି ନିଜର ମୁହଁର ଯତ୍ନ ନେଇପାରିବା ତାକୁ ସବୁ ସମୟରେ ଦୃଷ୍ଟିରେ ରଖିବା ଉଚିତ୍ । ଆମେ ବଜାରରେ ମିଳୁଥିବା କ୍ରିମ୍ କିମ୍ବା ଲୋସନର ବୂବହାର କରୁଥିଲେ ମଧ୍ୟ ସବୁବେଳେ ଘରୋଇ ଜିନିଷର ଉପଚାର ଉପରେ ଧ୍ୟାନ ଦେବା ଉଚିତ୍ । ଏହାଦ୍ୱାରା ହାତପାହାନ୍ତାରେ ମିଳୁଥିବା ଜିନିଷକୁ ନେଇ ଆମେ ଆମର କାର୍ଯ୍ୟବ୍ୟସ୍ତତା ଥିବା ସତ୍ୱେ କିଛି ସମୟ କାଢି ଘରେ ଥିବା ସମୟରେ ନିଜ ତ୍ୱଚାର ଉପଯୁକ୍ତ ଯତ୍ନ ନେଇ ସେଥିରେ ଚମକ ଆଣିପାରିବା ।

ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ କଂଚାକ୍ଷୀରରେ ତୁଳାକୁ ବୁଡାଇ ସେଥିରେ ମୁହଁକୁ ପରିଷ୍କାର କରାଗଲେ ତ୍ୱଚାରେ କୋମଳତା ପରିଲକ୍ଷିତ ହୋଇଥାଏ । ଏହାବ୍ୟତୀତ ଆମେ ବଜାରରେ ମିଳୁଥିବା ଭଲ କମ୍ପାନୀର କ୍ଲିନଜିଙ୍ଗ କ୍ରିମରେ ମଧ୍ୟ ମୁହଁକୁ ପରିଷ୍କାର କରିପାରିବା ।

ତ୍ୱଚା ଯଦି ଶୁଷ୍କ ହୋଇଥାଏ, ତେବେ ବିଶେଷ କରି ଶୀତରୁତୁରେ ସାବୁନର ବ୍ୟବହାର କମ କରିବେ, କିନ୍ତୁ ତୈଳାକ୍ତ ତ୍ୱଚା ବ୍ୟକ୍ତି ବିଶେଷ ମାନେ ଦିନକୁ ଥରେ ସାବୁନର ବ୍ୟବହାର କରିପାରିବେ ।

ଆମେ ଦୈନ୍ଦିନ ଜୀବନରେ ବ୍ୟବହାର କରୁଥିବା ନଡିଆ ତେଲରେ କିଛି ବୁନ୍ଦା ଗ୍ଲିସେରିନ୍ ମିଶାଇ ତାକୁ ନିୟମିତ ହାତ ଏବଂ ଗୋଡରେ ଲଗାଇ ତ୍ୱଚାରେ ହେଉଥିବା ପରିବର୍ତନକୁ ପରଖି ନିଅନ୍ତୁ ।

କ୍ଷୀରରେ ମଲାଇ ଏବଂ ମହୁ ସମାନ ମାତ୍ରାରେ ମିଶାଇ ତାର ପେଷ୍ଟ ପ୍ରସ୍ତୁତ କରି ଏହାକୁ ଶରୀରରେ ଭଲ ଭାବରେ ଘଷିବା ଦ୍ୱାରା ତ୍ୱଚା ପରିଷ୍କାର ରହିବା ସହିତ ଫାଟିବ ନାହିଁ । ଶୁଷ୍କ ତ୍ୱଚା ପାଇଁ ଏହା ଅତ୍ୟନ୍ତ ଉପଯୁକ୍ତ ପେଷ୍ଟ ଭାବରେ କାମ କରିଥାଏ ।

ଲେମ୍ବୁରସ, ଗ୍ଲିସେରିନ୍, ଏବଂ ଗୋଲାପଜଳକୁ ସମାନ ମାତ୍ରାରେ ମିଶାଇ ଶରୀରରେ ଫାଟିବା ସ୍ଥାନରେ ଲଗାଇଲେ ତ୍ୱଚାରେ କୋମଳତା ପରିଲକ୍ଷିତ ହୋଇଥାଏ, ଏବଂ ତ୍ୱଚା ସହଜରେ ଫାଟେନି ।

କିଛି ବାଦାମକୁ କ୍ଷୀରରେ ସାତରୁ ଆଠ ଘଂଟା ଭିଜାଇ ବାଟି ନିଅନ୍ତୁ । ସେହି ମିଶ୍ରଣରେ ମଲାଇ ମିଶାଇ ଏବଂ ଦୁଇରୁ ଚାରି ବୁନ୍ଦା ଗୋଲାପଜଳକୁ ମିଶାଇ ପ୍ରତିଦିନ ଗାଧେଇବା ପୂର୍ବରୁ ସଂପୂର୍ଣ୍ଣ ଶରୀରରେ ଲଗାଇବା ଦ୍ୱାରା ତ୍ୱଚାର ଲୋମଛିଦ୍ର ଖୋଲିଯିବା ସହିତ ତ୍ୱଚାର ଉଜ୍ଜଳତା ବୃଦ୍ଧି ପାଇବାରେ ସାହାଯ୍ୟ କରିଥାଏ ।

ଗାଜର ଶୀତ ଦିନରେ ପ୍ରଚୁର ମାତ୍ରାରେ ବଜାରରେ ମିଳିଥାଏ , ତାକୁ ଖାଇବା ଦ୍ୱାରା ଶରୀରର ରକ୍ତ ବୃଦ୍ଧି ହେବା ସହିତ ଆମ ତ୍ୱଚା ପାଇଁ ମଧ୍ୟ ଗାଜରର ଉପାଦେୟତା କିଛି କମ ନୁହଁ । ଗାଜରର ରସରେ ଅଳ୍ପ ମଇଦା ଏବଂ ମଲାଇକୁ ମିଶାଇ ତାର ପେଷ୍ଟ ପ୍ରସ୍ତୁତ କରି ତ୍ୱଚା ଏବଂ ହାତରେ ଲଗାଇ, ତାକୁ ୧୫ ମିନିଟ୍ ପାଇଁ ଛାଡିଦେବା, ଏବଂ ତାପରେ ତାକୁ ଘଷି ତ୍ୱଚାରୁ ଭଲଭାବରେ ଛଡାଇ ଅଳ୍ପ ଉଷୁମ ପାଣିରେ ସ୍ନାନ କରିବା ଦ୍ୱାରା ତ୍ୱଚା ଚିକ୍କଣ ହୋଇଥାଏ ।

କାକୁଡି ଏବଂ କଂଚା ଆଳୁର ରସକୁ ସମାନ ମାତ୍ରାରେ ନେଇ ସେଥିରେ କିଛି ଗ୍ଲିସେରିନ୍ ଏବଂ ଗୋଲାପ ଜଳକୁ ଭଲ ଭାବରେ ମିଶାଇ ଦେହରେ ଲଗାଇବା ଦ୍ୱାରା ତ୍ୱଚା ନରମ ହେବା ସହିତ ଶରୀରର ରଙ୍ଗ ମଧ୍ୟ ଫିଟିଥାଏ ।

ଏକ ଚାମଚ ମଇଦା ସହିତ କ୍ଷୀର ସର ଅଧାଚାମଚ, ଅଳ୍ପ ମହୁକୁ ମିଶାଇ ମୁହଁରେ ଲଗାନ୍ତୁ । ଏହା ସଂପୂର୍ଣ୍ଣ ଭାବରେ ଶୁଖିଗଲା ପରେ ଏହାକୁ ଧୀରେଧୀରେ ଘଷି ମୁହଁରୁ ଛଡାଇଦେବା ପରେ ମୁହଁକୁ ପରିଷ୍କାର ଭାବରେ ଧୋଇ ନିଅଁନ୍ତୁ ।

ଶୀତ ଦିନେ ସ୍ନାନ କରିବା ପୂର୍ବରୁ ଦେହରେ ଭଲ ଭାବରେ ନଡିଆ ତେଲ ଏବଂ ଅଲିଭ ଅଏଲକୁ ମାଲିସ କରନ୍ତୁ । ଏହାଦ୍ୱାରା ଶରୀରର ଅଙ୍ଗ ପ୍ରତ୍ୟଙ୍ଗରେ ରକ୍ତ ସଂଚାଳନ ଠିକ୍ ଭାବରେ ହୋଇ ପାରିଥାଏ ।

ରାତିରେ ଶୋଇବା ପୂର୍ବରୁ ହାତ, ଗୋଡରେ କୋଲ୍ଡ କ୍ରିମ୍ ଏବଂ ଲୋସନ ମାରିଲେ ହାତ, ଗୋଡ ନରମ ରହିବା ସହିତ ଫାଟିବନି ।

ଶୀତ ରୁତୁରେ ସପ୍ତାହକୁ ଥରେ ମେନିକିୟୋର, ଏବଂ ପେଡିକିୟୋର କଲେ ହାତ ପାଦ ଉଜ୍ଜଳ ଦେଖାଯିବା ସହିତ ଚିକ୍କଣ ମଧ୍ୟ ରହିବ ।