ଡା. ପି.ସି. ଦେ
ମଡର୍ଣ୍ଣ ଅର୍ଥୋ କ୍ଲିନିକ୍, ୭୫୧, ବେହେରାସାହି,
କଳିଙ୍ଗ ଷ୍ଟାଡିୟମର ଦକ୍ଷିଣ ପାଶ୍ୱର୍
ନୟାପଲ୍ଲୀ, ଭୁବନେଶ୍ୱର-୧୨

ଆମ ଶରୀରର ମେରୁଦଣ୍ଡଟି ୩୩ଖଣ୍ଡ ହାଡ଼ ମିଶି ତିଆରି ହୋଇଛି । ବେକରେ ସାତଖଣ୍ଡ, ପିଠିରେ ବାରଖଣ୍ଡ ଓ ଅଂଟାରେ ପାଂଚଖଣ୍ଡ, ମସ୍ତିଷ୍କରୁ ଏକ ଅଂଶ ବାହାରି ଏହିସବୁ ହାଡ଼ ମଝିଦେଇ ଏକ ଲମ୍ବା ମୋଟା ଦଉଡ଼ି ଆକାରରେ ମଳଦ୍ୱାର ପର୍ଯ୍ୟନ୍ତ ଯାଇଥାଏ । ଏହାକୁ ସୁଷୁମ୍ନାକାଣ୍ଡ କୁହାଯାଏ । ପ୍ରାୟ ୨୫ଟି ସ୍ନାୟୁ ଦୁଇ ହାଡ଼ ମଝିଦେଇ ବାହାରିଥିବା ସୁଷୁମ୍ନାକାଣ୍ଡରୁ ବାହାରି ବାମ ଓ ଦକ୍ଷିଣକୁ ଯାଇଥାଏ । ବେକର୍ ବାହାରିଥିବା ସ୍ନାୟୁଗୁଡିକ ହାତକୁ ଓ ଅଂଟାରୁ ବାହାରିଥିବା ସ୍ନାୟୁଗୁଡ଼ିକ ଦୁଇ ଗୋଡ଼କୁ ଲମ୍ବା ଲମ୍ବା ସରୁ ସୂତା ଭଳି ଓ ତା’ପରେ ଜାଲ ପରି ହୋଇ ଆଙ୍ଗୁଳି ପର୍ଯନ୍ତ ମାଡ଼ି ଯାଇଥାଏ । ଯେଉଁଠିକି ମଶା କାମୁଡ଼ିଲେ, ପାଣି ପଡ଼ିଲେ ବା ଆଘାତ ହେଲେ ସବୁର ଖବର ଏହି ସ୍ନାୟୁମାନଙ୍କ ଦ୍ୱାରା ସୁଷୁମ୍ନାକାଣ୍ଡ ହୋଇ ମସ୍ତିଷ୍କକୁ ଯାଇଥାଏ ।
ଅଂଟାବ୍ୟଥା ମୁଖ୍ୟତଃ ଦୁଇପ୍ରକାର କାରଣରୁ ହୋଇଥାଏ । ମେରୁଦଣ୍ଡ ଦୁଇହାଡ ମଝିରେ ସ୍ପ୍ରିଂ ପରି କାମ କରୁଥିବା ୱାସର୍ ଭଳି ଜିନିଷଟିକୁ ଡିସ୍କ କୁହାଯାଏ । ଡିସ୍କର ଚାରିପାଖରେ ଫାଇଭର୍ ଭଳି ଏକ ଶକ୍ତ ଟିସ୍ୟୁ ମଝିରେ ଜେଲି ଭଳି ଜିନିଷଟିକୁ ଧରି ରଖିଥାଏ । ଏହା ସାଧାରଣତଃ କମ୍ ବୟସର (୨୦ ରୁ ୪୦) ଲୋକଙ୍କୁ ହୋଇଥାଏ । ନଇଁ କରି ତଳୁ ଭାରି ଜିନିଷ ଟେକିଲା ବେଳେ କିମ୍ବା ଦୁର୍ଘଟଣାର ଜର୍କିଙ୍ଗ୍ ଦ୍ୱାରା ସେହି ଭିତରର ଜେଲି ବାହାରର ଫାଇଭରକୁ ଫଟାଇ ବାହାରିଆସେ । ଏହାକୁ ‘ସ୍ଲିପ୍ଡିସ୍କ’ କୁହାଯାଏ । ଏଣୁ ଯେତେବେଳେ ଡିସ୍କର ଜେଲିଟି ବାହାରିଆସେ ଏହା ସ୍ନାୟୁକୁ ହାଡ଼ର ରନ୍ଧ୍ରରେ ଚିପିଦିଏ । ସେଥିପାଇ ବିନ୍ଧା ଅଂଟାରୁ ଗୋଡ଼ ବ୍ୟାପିଯାଏ, କାଶିଲେ ବା ଛିଙ୍କିଲେ ମଧ୍ୟ ଅଂଟାରେ ବିନ୍ଧାହୁଏ ଓ ସେହି ବିନ୍ଧାଟି ବେଳେବେଳେ ଗୋଡ଼ ପର୍ଯ୍ୟନ୍ତ ବ୍ୟାପିଯାଏ ।

ସିଆଟିକା କ’ଣ?
ବୟସ ବଢିଲେ ମେରୁଦଣ୍ଡ ଦୁଇହାଡ଼ ଭିତରର ରନ୍ଧ୍ରର ବ୍ୟାସାର୍ଦ୍ଧ ଧୀରେ ଧୀରେ କମିଯାଏ ଓ ସୁଷୁମ୍ନାକାଣ୍ଡକୁ ଚାପିଦିଏ । ଏହାଦ୍ୱାରା ଅଂଟାରୁ ବାହାରୁଥିବା ସ୍ନାୟୁଗୁଡ଼ିକ ଚିପି ହୋଇଯାଏ । ସେହି ସ୍ନାୟୁଗୁଡ଼ିକୁ ସିଆଟିକ ନର୍ଭ କୁହାଯାଏ ଓ ଚିପିବାଦ୍ୱରା ବିନ୍ଧା ଅଂଟାରୁ ଗୋଡ଼ ପର୍ଯ୍ୟନ୍ତ ବ୍ୟାପିଯାଏ । ଗୋଡ଼ ଝିମ୍ଝିମ୍ ହୁଏ ଓ କାଲୁଆ ପଡ଼ିଯାଏ । ଚାଲିବାର ଦୂରତା ଆସ୍ତେ ଆସ୍ତେ କମିଯାଏ; ଏହାକୁ ସିଆଟିକା କହନ୍ତି ।

କେନାଲ୍ ଷ୍ଟୋନୋସିସ କ’ଣ?
ମେରୁଦଣ୍ଡ ହାଡ଼ ମଝିଦେଇ ଯାଇଥିବା ସୁଷୁମ୍ନାକାଣ୍ଡର ରାସ୍ତା ଚାରିପଟୁ ହାଡ଼ର ଓଭର୍ଗ୍ରୋଥ୍ ଓ ଲିଗାମେଂଟ୍ ହାଇପର୍ଟ୍ରଫି ଯୋଗୁଁ ଛୋଟ ହୋଇଯାଏ ଓ ସୁଷୁମ୍ନାକାଣ୍ଡକୁ ଚିପିଦିଏ । ଏହାକୁ ମେଡ଼ିକାଲ ବିଜ୍ଞାନରେ କେନାଲ୍ ଷ୍ଟୋନୋସିସ କୁହାଯାଏ । ଏହା ଅଧିକାଂଶ ସମୟରେ ଦୁଇରୁ ତିନି ଲେବଲ୍ ପର୍ଯ୍ୟନ୍ତ ବ୍ୟାପିଯାଇଥାଏ । ରୋଗୀ ଯଦି ବେଶୀଦିନ ପର୍ଯ୍ୟନ୍ତ ଅପରେସନ୍ କରି ଏହାର ସମାଧାନ ନ କରେ, ତେବେ ବିନ୍ଧା ଗୋଡ଼ରୁ ପାଦର ଆଙ୍ଗୁଳି ପର୍ଯ୍ୟନ୍ତ ବ୍ୟାପିଯାଏ । ଗୋଡ଼ ଝିମ୍ଝିମ୍ ହୁଏ ଓ କାଲୁଆ ପଡ଼ିଯାଏ । ବେଳେବେଳେ ଝାଡ଼ା ଓ ପରିସ୍ରା ଦ୍ୱାର ମଧ୍ୟ କାଲୁଆ ପଡ଼ିଯାଏ । ଏହାକୁ କ୍ୱଡା ଏକ୍ୟୁନା ସିଣ୍ଡ୍ରୋମ୍ କୁହାଯାଏ ।

ଏଣ୍ଡୋସ୍ପାଇନ୍ କ’ଣ?
ପେଟରେ ହେଉଥିବା ଲାପ୍ରୋସ୍କୋପିକ ନା ଆଣ୍ଠୁରେ ହେଉଥିବା ଆର୍ଥୋସ୍କୋପିକ୍ ଭଳି ଏକ ଛୋଟ ଚାରି ମିଲିମିଟର ବ୍ୟାସାର୍ଦ୍ଧର ଟେଲିସ୍କୋପିକ ଯନ୍ତ୍ର ଦ୍ୱରା ଅଂଟା ଭିତରର ଚିକିତ୍ସା ପଦ୍ଧତିକୁ ଏଣ୍ଡୋସ୍ପାଇନ ସର୍ଜରୀ କୁହାଯାଏ ।

ଏଣ୍ଡୋସ୍ପାଇନ ଅପରେସନ୍ କେମିତି କରାଯାଏ?
ଏହି ଏଣ୍ଡୋସ୍ପାଇନ ଯନ୍ତ୍ରଟି ଏକ ସରୁ ନଳୀ ଭଳି । ଏଥିରେ ଚାରୋଟି ଛୋଟ ଛୋଟ ରନ୍ଧ୍ର ଥାଏ । ପ୍ରଥମ ରନ୍ଧ୍ରରେ ଚାରି ମିଲିମିଟର ବ୍ୟାସାର୍ଦ୍ଧର ଏକ ଟେଲିସ୍କୋପ ଖଞ୍ଜାଯାଏ । ଏହି ଟେଲିସ୍କୋପ ମେରୁଦଣ୍ଡ ଦୁଇହାଡ଼ ମଧ୍ୟରେ ପ୍ରବେଶ କରାଯାଏ ଏବଂ ଡିସ୍କ, ସୁଷୁମ୍ନାକାଣ୍ଡ ଓ ସୁଷୁମ୍ନାକାଣ୍ଡରୁ ବାହାରୁଥିବା ସ୍ନାୟୁ ଓ ଚାରିପାଖରେ ଥିବା ଲିଗାମେଂଟ୍ ଅତି ବଡ଼ ଆକାରରେ ମନିଟରକୁ ସିଧା ପ୍ରସାରଣ କରେ । ସେଥିପାଇଁ ମାଂସପେଶୀ ବା ହାଡ଼ ମଧ୍ୟରେ ଲୁଚିରହି ବାହାରିଆସିଥିବା ଡିସ୍କ ବା ଯେକୌଣସି ରୋଗକୁ ନିରୁପଣ କରାଯାଇ ଏହାର ସମାଧାନ କରାଯାଇପାରେ । ଦ୍ୱିତୀୟ ରନ୍ଧ୍ରରେ ଏକ ଚାରି ମିଲିମିଟର ବ୍ୟାସାର୍ଦ୍ଧର ଏକ ସକିଙ୍ଗ୍ନଳୀ ପ୍ରବେଶ କରାଯାଏ ଓ ଏହା ସକିଙ୍ଗ୍ ମେସିନ୍କୁ ଖଞ୍ଜା ଯାଇଥାଏ । ଅପରେସନ୍ ବେଳେ ଯାହା ବି ଟିକେ ରକ୍ତ ବାହାରେ ତାହା ଏହି ସକିଙ୍ଗ୍ ମେସିନ୍ ସାହାଯ୍ୟରେ ପରିଷ୍କାର କରିହୁଏ ଓ ଭିତରର ଚିତ୍ର ପୂରାପୂରି ପରିଷ୍କାର ଭାବରେ ଦେଖିହୁଏ । ତୃତୀୟ ରନ୍ଧ୍ରରେ ସ୍ନାୟୁଗୁଡ଼ିିକ ଅପରେସନ ବେଳେ ଅଲଗା କରି ଧରି ରଖିବା ପାଇଁ ଏକ ଯନ୍ତ୍ର ଲଗାଯାଇଥାଏ । ଏହାକୁ ନର୍ଭରୁଟ୍ ରିଟ୍ରାକ୍ଟର୍ କୁହାଯାଏ । ଯାହାଦ୍ୱାରା ସ୍ନାୟୁକୁ ଅପରେସନ୍ ସରିବା ପର୍ଯ୍ୟନ୍ତ ଅଲଗା ଧରି ରଖେ । ଚତୁର୍ଥ ରନ୍ଧ୍ରଟି ଆଠ ମିଲିମିଟର ବ୍ୟାସାର୍ଦ୍ଧର । ଏହି ରନ୍ଧ୍ରରେ ଡିସ୍କ କାଢ଼ିବା ପାଇଁ ୩ମିଲିମିଟର ବ୍ୟାସାର୍ଦ୍ଧର ଏକ ଯନ୍ତ୍ର ଅତି ସହଜରେ ପ୍ରବେଶ କରାଯାଇପାରେ । ଏହିସବୁ ଯନ୍ତ୍ର ସାହାଯ୍ୟରେ ମେରୁଦଣ୍ଡ ଭିତରର ଯେକୌଣସି ରୋଗକୁଅତି ସହଜରେ ସମାଧାନ କରିହୁଏ ।

ଏହି ପଦ୍ଧତି ଅନ୍ୟ ପଦ୍ଧତିଠାରୁ କେମିତି ଅଲଗା?
ଏହି ପଦ୍ଧତିରେ ଷ୍ଟିଚ୍ର ଆବଶ୍ୟକତା ପଡ଼େନାହିଁ । ୨୫ ମିନିଟ୍ରେ ଅପରେସନ ସରିଯାଏ । ୨ ଘଂଟା ପରେ ରୋଗୀ ନିଜେ ଉଠି ଚାଲିପାରେ ଓ ପାଇଖାନା ଇତ୍ୟାଦି ଯାଇପାରେ ଏବଂ ତା’ପରଦିନ ଘରକୁ ଯାଇପାରେ । ରୋଗୀକୁ ବେଶୀଦିନ ଆରାମ କରିବାକୁ ପଡ଼ିନଥାଏ । ଏଥରରେ ୧/୨ ସେଂଟିମିଟର ବ୍ୟାସାର୍ଦ୍ଧର ଏକ ଛୋଟ କଣା କରିବାକୁ ପଡ଼େ । ୧୦ ମିଲିଲିଟର ରକ୍ତ କ୍ଷୟ ହୋଇଥାଏ । ରୋଗୀ ଗୋଟିଏ ଦିନ ହସପିଟାଲରେ ରହିବାକୁ ପଡ଼େ, ୩ ଦିନ ମଧ୍ୟରେ ଅଫିସ୍କୁ ଯାଇପାରେ ଓ ସାତଦିନ ମଧ୍ୟରେ ଖେଳାଳିମାନେ ଖେଳିପାରନ୍ତି । ଏହି ଅପରେସନ୍ ସାଧାରଣ ଅପରେସନ୍ ଠାରୁ କମ୍ ସମୟ ଓ କମ୍ ଖର୍ଚ୍ଚରେ ହୋଇଥାଏ । ଏଥିରେ କୌଣସି କ୍ଷତି ହୋଇନଥାଏ କାରଣ କାଟି କରି ଅପରେସନରେ ବେଳେବେଳେ ରକ୍ତ ଓ ମାଂସ ମଧ୍ୟରେ ଥିବା ସରୁ ସ୍ନାୟୁଟି କଟିଯାଏ ଫଳରେ ରୋଗୀର ପାଦ ଝୁଲିପଡ଼େ । ଏହାକୁ ଫୁଟ୍ଡ୍ରପ୍ କୁହାଯାଏ । ମାତ୍ର ଅତ୍ୟାଧୁନିକ ଏଣ୍ଡୋସ୍ପାଇନ ଯନ୍ତ୍ରରେ ଲଗାଯାଇଥିବା ନର୍ଭରୁଟ୍ ରିଟ୍ରାକ୍ଟର୍ ଯନ୍ତ୍ରଟି ସ୍ନାୟୁକୁ ପୂରା ଅପରେସନ ସରିବା ପର୍ଯ୍ୟନ୍ତ ଅଲଗା କରି ଧରି ରଖୁଥିବା ଯୋଗୁଁ ପାରାଲିସିସ ଭଳି ଦୁଶ୍ଚିନ୍ତାକୁ ପୁରାପୁରି ଏଡ଼ାଇ ଦିଆଯାଇପାରିଛି । ତାହାଛଡ଼ା ଏହି ଯନ୍ତ୍ରଟି ଆଗ ପଛ ଓ ସବୁ ଦିଗକୁ ବୁଲାଯାଇ ପାରୁଥିବା ଯୋଗୁଁ ସବୁ ପ୍ରକାର ଡିସ୍କ ରୋଗ ଯଥା- ସେଂଟ୍ରାଲ୍ ଡିସ୍କ, ପାରାସେଂଟ୍ରାଲ ଡିସ୍କ, ଲାଟେରାଲ ଡିସ୍କ, ଫୋର୍ଲାଟେରାଲ ଡିସ୍କ ଓ ଫୋରାମିନାଲ ଡିସ୍କ ଇତ୍ୟାଦି ରୋଗକୁ ଅତି ସହଜରେ ସମାଧାନ କରିହୁଏ ଓ ଆହୁରି ମଧ୍ୟ ଗୋଟିଏ କଣା ସାହାଯ୍ୟରେ ପଶି ଦୁଇଟି ଲେବଲ୍ର ବାମ ଓ ଡାହାଣ ପାଖର ସମସ୍ତ ପ୍ରକାର ଅସୁବିଧାକୁ ସମାଧାନ କରିହୁଏ ।
ଓଡ଼ିଶାର ସୁନାମଧନ୍ୟ ଅସ୍ଥିଶଲ୍ୟ ଓ ଆର୍ଥୋସ୍କପିକ୍ ସର୍ଜନ୍ ଡା. ପି.ସି. ଦେ ଇତି ମଧ୍ୟରେ ଆମନ୍ତ୍ରଣ ପାଇ ସିଙ୍ଗାପୁର, ମାଲେସିଆ, ଫ୍ରାନସ୍, ଇଣ୍ଡୋନେସିଆ ଓ ଭାରତର ବିଭିନ୍ନ ସହରରେ ଯଥା- ଦିଲ୍ଲୀ, ବମ୍ବେ, ଚଣ୍ଡିଗଡ଼, ବାଙ୍ଗାଲୋର, ଅହମଦାବାଦ୍, କଲିକତା, କନ୍ୟାକୁମାରୀ ଇତ୍ୟାଦି ସ୍ଥାନରେ ଏହି ପଦ୍ଧତି ଶିକ୍ଷା ଦେବାରେ ସହଯୋଗ କରିଥିଲେ । ଏହାଛଡ଼ା ଦେଶ ବିଦେଶରେ ବହୁ କର୍ମଶାଳାରେ ଯୋଗଦେଇ ସର୍ନ୍ଦଭ ପାଠ କରି ଆସୁଛନ୍ତି ।
ଏହି ପଦ୍ଧତି ଆଜକୁ ୧୦ବର୍ଷ ତଳେ ଡା. ପି.ସି. ଦେ ଫ୍ରାନ୍ସର ସୁନାମଧନ୍ୟ ଡାକ୍ତର ଜିନ୍ ଡେସଟାଣ୍ଡ୍ୟୁଙ୍କ ଠାରୁ ଶିିକ୍ଷାଲାଭ କରି ଶହ ଶହ ରୋଗୀକୁ ଚିକିତ୍ସାକରି ଆରୋଗ୍ୟ କରିପାରିଛନ୍ତି । ଆମ ଓଡ଼ିଶାରେ ମଧ୍ୟ ଡା. ପି.ସି. ଦେ ଏକ ଆନ୍ତର୍ଜାତିକ ଏଣ୍ଡୋସ୍ପାଇନ କର୍ମଶାଳା ଆୟୋଜନ କରିଥିଲେ । ଏଥିରେ ଏହି ଏଣ୍ଡୋସ୍ପାଇନ ପଦ୍ଧତିର ଉଦ୍ଭାବକ ଡା. ଜିନ୍ ଡେସଟାଣ୍ଡୁ ଓ ଡା. ପି.ସି. ଦେ ୧୧ଜଣ ରୋଗୀକୁ ଅପରେସନ୍ କରି ୭ଟି ଦେଶରୁ ଆସିଥିବା ପ୍ରାୟ ୧୬୦ ଜଣ ଅସ୍ଥିଶଲ୍ୟ ଓ ସ୍ନାୟୁଶଲ୍ୟ ବିଶେଷଜ୍ଞମାନଙ୍କୁ ଶିକ୍ଷା ଦେଇଥିଲେ । ଓଡ଼ିଶାର ତତ୍କାଳିନ ରାଜ୍ୟପାଳ ମହାମାନ୍ୟ ଶ୍ରୀଯୁକ୍ତ ଏସ୍. ସି. ଜମିର୍ ଏହି କର୍ମଶାଳାକୁ ଆମ୍ରି ହସ୍ପିଟାଲ୍ରେ ଉନ୍ମୋଚନ କରିଥିଲେ ଏବଂ କିମ୍ସ ହସପିଟାଲ୍ର ଆନାଟୋମି ହଲ୍ରେ ସେହି ୧୬୦ ଜଣ ଡାକ୍ତରମାନେ ମରଶରୀର ଉପରେ ଏହି ଏଣ୍ଡୋସ୍ପାଇନ ପଦ୍ଧତିକୁ ପ୍ରାକ୍ଟିସ୍ କରିଥିଲେ । ଡା. ପି.ସି. ଦେ ଏହି ପରି ଆନ୍ତର୍ଜାତୀୟ କର୍ମଶାଳା ଆୟୋଜନକରି ଓଡ଼ିଶା, ଭାରତ ଓ ଭାରତ ବାହରର ଡାକ୍ତରମାନଙ୍କୁ ଶିକ୍ଷାଦେବାରେ ଅଗ୍ରଣୀ ଅଟନ୍ତି । ତାହା ଛଡ଼ା ଆମ ଓଡ଼ିଶାର ରୋଗୀମାନଙ୍କୁ କମ୍ ଖର୍ଚ୍ଚରେ ଏହି ଏଣ୍ଡୋସ୍ପାଇନ୍ ପଦ୍ଧତି ଯୋଗାଇ ଦେବାରେ ବଦ୍ଧପରିକର ।