ସରୋଜ କୁମାର ପାତ୍ର
ପରିଚାଳନା ନିର୍ଦ୍ଦେଶକ, ସୌକିନ୍ ମ୍ୟାଟ୍ରେସ୍‌
ଭୁବନେଶ୍ୱର

ବର୍ତ୍ତମାନର ବ୍ୟସ୍ତ ବହୁଳ ଦିନଚର୍ଯ୍ୟା ଫଳରେ ଅଧିକାଂଶ ଲୋକଙ୍କ ନିଦ୍ରା ସଠିକ୍ ହେଉନାହିଁ । ତେବେ ଏକ ଉତ୍ତମ ଜୀବନଶୈଳୀ ପାଇଁ ସୁଖନିଦ୍ରା ଅତ୍ୟନ୍ତ ଆବଶ୍ୟକ । କାରଣ ନିଦ ଠିକ୍ ହେଲେ ଅଣ୍ଟାବ୍ୟଥା ଦୂର ହୁଏ, ସ୍ମରଣ ଶକ୍ତି ବୃଦ୍ଧି ହୁଏ, ସୃଜନଶୀଳତାର ବୃଦ୍ଧି ହୁଏ, ପରମାୟୁ ବୃଦ୍ଧି ହୁଏ, ରକ୍ତଚାପ ନିୟନ୍ତ୍ରିତ ରହେ, ସ୍ଫୁର୍ତ୍ତି ଲାଗେ ତଥା ଏକାଗ୍ରତା ବୃଦ୍ଧି ଭଳି ଅନେକ ଉପକାର ମିଳିଥ।।ଏ । ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନକୁ ପ୍ରାୟ ୭ ଘଣ୍ଟା ଶୋଇବା ଉଚିତ । ଗ୍ରୀନ୍ ଟି ରେ ଥିୟେନାଇନ୍ ଥାଏ, ଯାହା କି ଆପଣଙ୍କ ମାନସିକ ଚାପ କମ୍ କରିବା ସହ ଆପଣଙ୍କୁ ସୁଖ ନିଦ୍ରା ହେବାରେ ସହାୟକ ହୋଇଥାଏ । ତେଣୁ ଗ୍ରୀନ୍ ଟି ବ୍ୟବହାର କରିପାରିବେ ।


ଏବେ ଦେଖାଯାଉଛି ଯେ, ଅନେକ ଲୋକ ଶୋଇବା ପାଇଁ ବହୁ ମୂଲ୍ୟର ପଲଙ୍କ କିଣିବାରେ ଯେତିକି ଆଗ୍ରହ ପ୍ରକାଶ କରୁଛନ୍ତି, ସେତିକି ଆଗ୍ରହ ଗୋଟେ ଭଳ ଗଦି କିଣିବା ପାଇଁ ଦେଖାଉ ନାହାନ୍ତି । କିନ୍ତୁ ସେମାନେ ବୁଝିବା ଆବଶ୍ୟକ ଯେ, ଶୋଇଲାବେଳେ ଶରୀରର ଓଜନ ଓ ଆକାର ପୁରାପୁରି ଗଦି ଉପରେ ନିର୍ଭରଶୀଳ । ତେବେ ଆପଣ ଜାଣନ୍ତି କି, ସୁନିଦ୍ରା ପ।।ଇଁ ମ୍ୟାଟ୍ରେସ୍ ବା ଗଦିର ଭୁମିକା କେତେ ଗୁରୁତ୍ୱପୂର୍ଣ୍ଣ! ଗୋଟେ ଉତ୍ତମମାନର ମ୍ୟାଟ୍ରେସ୍ ହିଁ ଆପଣଙ୍କୁ ସଠିକ୍ ବିଶ୍ରାମ ଦେଇଥାଏ ଏବଂ ଆପଣଙ୍କ ସ୍ପାଇନ୍ ବା ମେରୁଦଣ୍ଡକୁ ସଠିକ୍ ସୁରକ୍ଷା ପ୍ରଦାନ କରିଥାଏ ।


ଏବେ ଆସନ୍ତୁ ଜାଣିବା ମ୍ୟାଟ୍ରେସ୍ କିଣିବା ପୂର୍ବରୁ ଆପଣ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ ।
– ମ୍ୟାଟ୍ରେସ୍ କିଣିବା ପୂର୍ବରୁ ଖଟର ସଠିକ୍ ମାପ ନେଇ ଆସନ୍ତୁ । ଏହି ମାପ ନେଲା ବେଳେ ଷ୍ଟିଲ୍ ଟେପ୍ ବ୍ୟବହାର କରିବା ଉଚିତ ।
– ମ୍ୟାଟ୍ରେସ୍ କିଣିବା ପୂର୍ବରୁ ଜଣେ ଏକ୍ସପର୍ଟଙ୍କ ପରାମର୍ଶ ମଧ୍ୟ ନେଇପାରନ୍ତି ।
– ଫାର୍ମ (ଟାଣ) ମ୍ୟାଟ୍ରେସ୍ ସବୁବେଳେ ଯେ ଆପଣଙ୍କ ପିଠି ପ।।ଇଁ ଉପଯୁକ୍ତ, ସେଇଆ ନୁହେଁ ।
– ଆପଣଙ୍କ ମେରୁଦଣ୍ଡକୁ ଖାପ ଖାଇଲା ଭଳି ଠିକ୍ ମ୍ୟାଟ୍ରେସ୍ କିଣନ୍ତୁ । କାରଣ, ଆରାମ ସହିତ ଆପଣଙ୍କ ମେରୁଦଣ୍ଡର ସୁରକ୍ଷା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ।
– ମ୍ୟାଟ୍ରେସ୍ କିଣିବା ପୂର୍ବରୁ ଇଣ୍ଟରନେଟ୍‌ରୁ ସେଇ କମ୍ପାନୀର ରେଟିଂ ଏବଂ ରିଭ୍ୟୁ ମଧ୍ୟ ଦେଖିପାରନ୍ତି ।
– ୱ।।ରେଣ୍ଟି ଥିବା ମ୍ୟାଟ୍ରେସେସ୍ କିଣନ୍ତୁ ।
– ଭଲ ଗୁଣବତ୍ତାର ଗଦି ରଖୁଥିବା ଦୋକାନରୁ ହିଁ କିଣନ୍ତୁ ।
– ସବୁବେଳେ ଜଣେ ସୀକୃତିପ୍ରାପ୍ତ ବିକେତ୍ରାଙ୍କ ଠାରୁ ମ୍ୟାଟ୍ରେସ୍ କିଣନ୍ତୁ ।
– ଗଦିର ଉପରଅଂଶ ବା ପ୍ୟାଡ଼ିଂ (ବା ଫୋମ୍‌) ଆପଣଙ୍କୁ ଉଚିତ ଆରାମ ଦେଉଥିବ । ଏହା ଆପଣଙ୍କ ଶରୀରର ଆକାର ଅନୁଯାୟୀ ଖାପ ଖାଉଥିବ । ଯଦି ଆପଣ କଡ ମାଡି ଶୋଉଥାନ୍ତି, ତେବେ ଅଧିକ ପ୍ୟାଡିଂ ଥିବା ଗଦି କିଣନ୍ତୁ, ଯେହେତୁ ଏହି ଅବସ୍ଥାରେ ଚାପ ଅଧିକ ହୁଏ । ଯଦି ଆପଣ ପେଟ ଉପରେ ଭାର ଦେଇ ଶୋଉଥାନ୍ତି, ତେବେ ଫାର୍ମ ପ୍ୟାଡ଼ିଂ ଥିବା ଗଦି କିଣନ୍ତୁ । ଯଦି ଆପଣ ଉପରମୁହାଁ ହୋଇ ସିଧା ଶୋଉଥାନ୍ତି, ତେବେ ମିଡ଼ିୟମ୍ ଫାର୍ମ ଗଦି ଥିବା ଗଦି କିଣନ୍ତୁ ।
– ଗୋଟିଏ ଗଦି ୫-୭ ବର୍ଷରୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ଗଦି ପୁରୁଣା ହୋଇଗଲେ ତା’କୁ ବଦଳେଇ ଦିଅନ୍ତୁ ।