ଭୁବନେଶ୍ୱର ପଟିଆ ସ୍ଥିତ ଆର୍ଯ୍ୟପଲ୍ଲୀ କମ୍ୟୁନିଟି ହଲଠାରେ ଶ୍ରୀ ଜଗନ୍ନାଥ ହାର୍ଟ  ଫାଉଣ୍ଡେସନ୍ ପକ୍ଷରୁ ଏକ ନିଃଶୁଳ୍କ ମଧୁମେହ ଓ ହୃଦରୋଗ ନିରୂପଣ ଶିବିର ଆୟୋଜିତ ହୋଇଯାଇଛି ।

ଏଥିରେ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଏଚବିଏ୧ସି, ଫାଷ୍ଟିଙ୍ଗ୍ ବ୍ଲଡ୍ ସୁଗାର୍‌, ପିପିବିଏସ୍ ଓ ଲିପିଡ୍ ପ୍ରୋଫାଇଲ୍ ଭଳି କେତେକ ପରୀକ୍ଷା ମାଗଣାରେ କରାଯାଇଥିଲା ।

ଡା. ହିମାଂଶୁ ଶେଖର ସାହୁ, ଡା. ନିକିତା ମହାପାତ୍ର ଓ ହୃଦରୋଗ ବିଶେଷଜ୍ଞ ଡା. ପଞ୍ଚାନନ ସାହୁ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।