
ଭୁବନେଶ୍ୱରରେ ବହୁ ପ୍ରତିକ୍ଷିତ ସୁପର୍ ସ୍ପେଶାଲିଟି ହସ୍ପିଟାଲ୍ ସମ୍ ଅଲଟିମେଟ୍ ମେଡିକେୟାର୍ ଉଦଘାଟିତ ହୋଇଯାଇଛି ।

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ‘ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ’ର ପ୍ରତିଷ୍ଠାତା ଡ. ମନୋଜ ରଞ୍ଜନ ନାୟକ ଉପସ୍ଥିତ ଥିଲେ ।

ଅଭିଜ୍ଞ ଚିକିତ୍ସକ ତଥା ଅତ୍ୟାଧୁନିକ ଚିିକିତ୍ସା ଉପକରଣ ଦ୍ୱାରା ରୋଗୀମାନେ ଏଠାରେ ଅନ୍ତର୍ଜାତୀୟମାନର ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ହସ୍ପିଟାଲ୍ କତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।

ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।