DR Pareseh chandra day

ଡା. ପି.ସି. ଦେ
ମଡର୍ଣ୍ଣ ଅର୍ଥୋ କ୍ଲିନିକ୍‌, ୭୫୧, ବେହେରାସାହି,
କଳିଙ୍ଗ ଷ୍ଟାଡିୟମର ଦକ୍ଷିଣ ପାଶ୍ୱର୍
ନୟାପଲ୍ଲୀ, ଭୁବନେଶ୍ୱର-୧୨

ବିଂଶ ଶତାବ୍ଦୀରେ ଗଣ୍ଠି ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଖୁବ୍ ବହୁଳ ଭାବରେ ପରିଲକ୍ଷିତ ହେଉଛି । ଏଥିନିମନ୍ତେ ଗବେଷଣା ମଧ୍ୟ ଆଗେଇ ଚାଲିଛି । ଆଗରୁ ବ୍ୟବହାର ହେଉଥିବା ଯନ୍ତ୍ରପାତି ଓ ଅସ୍ତ୍ରୋପଚାର କୌଶଳ ଏପରିକି ବ୍ୟବହାର ହେଉଥିବା ମେଟାଲ୍ ବା ପା୍ଲଷ୍ଟିକ୍‌ରେ ମଧ୍ୟ ବହୁ ପରିବର୍ତନ ହୋଇଛି । ଏହାଦ୍ୱାରା ଛୋଟ କଟା ସାହାଯ୍ୟରେ ଗଣ୍ଠି ପ୍ରତ୍ୟାରୋପଣ ହୋଇପାରୁଛି ଓ ଖୁବ୍ କମ୍ ରକ୍ତକ୍ଷୟ ହେଉଛି ଓ ନିୟମିତ ସମୟଠାରୁ ଖୁବ୍ କମ୍‌୍ ସମୟ ଲାଗୁଛି । ଅତ୍ୟାଧୁନିକ ମେଟାଲ୍ ଦ୍ୱାରା ଅପରେସନ୍ ଥିଏଟର୍ ଓ ଅତ୍ୟାଧୁନିକ ଔଷଧର ଉଦ୍ଭାବନ ଫଳରେ ସଂକ୍ରମଣର ଆଶଙ୍କା ପୂରାପୂରି କମିଯାଉଛି । ଅଙ୍କାବଙ୍କା ଗଣ୍ଠିକୁ ଅତି ସୁଚାରୁରୂପେ ଠିକ୍ କରାଯାଇପାରୁଛି । ପୃଥିବୀର ସବୁ କୋଣର ଅସ୍ଥିଶଲ୍ୟ ଡାକ୍ତରମାନେ ଏହି କୌଶଳ ପ୍ରୟୋଗ କରି ଗଣ୍ଠି ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ପ୍ରତି ସାଧାରଣ ଲୋକମାନଙ୍କ ମନରେ ବିଶ୍ୱାସ ଆଣିପାରିଛନ୍ତି । ସତ କହିବାକୁ ଗଲେ ପୃଥିବୀରେ ଯେତେ ପ୍ରକାର ଅସ୍ତ୍ରୋପଚାର ଅଛି ଗଣ୍ଠି ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରି ଅତି ଉତମ ଓ ବହୁଳ ଭାବରେ ସବୁ ଦେଶରେ ଚାଲିଅଛି । ଏପରିକି ଦୁଇ ଆଣ୍ଠୁ ବା ଦୁଇ ଜଙ୍ଘ ଗଣ୍ଠିର ପ୍ରତ୍ୟାରୋପଣ ଗୋଟିଏ ଥରରେ ବହୁ ସହଜରେ ହୋଇପାରୁଛି ।


ଅଂଟା ପାଖରୁ ଗୋଡ଼କୁ କାଲୁଆ କରି ଏହି ଅସ୍ତ୍ରୋପଚାର କରାଯାଉଥିବା ଯୋଗୁଁ ଏଥିରେ କୌଣସି ବିପଦ ରହେ ନାହିଁ । ସିଲେଇର ଆବଶ୍ୟକତା ପଡ଼େ ନାହିଁ । ଅସ୍ତ୍ରୋପଚାର ପରଦିନ ରୋଗୀ ଛିଡ଼ା ହୋଇପାରେ ଓ ନିଜେ ପାଇଖାନା ଯାଇପାରେ । ତୃତୀୟରୁ ଚତୁର୍ଥ ଦିନରେ ପାହାଚ ଚଢ଼ିପାରେ ଓ ପଞ୍ଚମ ଦିନରେ ରୋଗୀ ଘରକୁ ଯାଇପାରେ ଓ ପ୍ରାୟ ୨୦ରୁ ୨୫ ବର୍ଷ ପର୍ଯ୍ୟନ୍ତ ଗଣ୍ଠିରେ କୌଣସି ଅସୁବିଧା ଅନୁଭବ କରେ ନାହିଁ ।
ମଣିଷର ପ୍ରାୟ ସବୁ ଗଣ୍ଠିକୁ ପ୍ରତ୍ୟାରୋପଣ କରାଯାଇପାରେ । ମାତ୍ର କାନ୍ଧଗଣ୍ଠି, ଜଙ୍ଘଗଣ୍ଠି ଓ ଆଣ୍ଠୁଗଣ୍ଠି ଏହା ବେଶି ମାତ୍ରରେ ହୋଇଥାଏ । ଭାରତରେ ଆଣ୍ଠୁଗଣ୍ଠିର ପ୍ରତ୍ୟାରୋପଣ ଅଧିକ ମାତ୍ରାରେ ହେଉଥିବାବେଳେ ବିଦେଶରେ ଜଙ୍ଘଗଣ୍ଠିର ଅସ୍ତ୍ରୋପଚାର ଅଧିକ ମାତ୍ରାରେ ହୋଇଥାଏ କାରଣ ଆମ ଭାରତୀୟମାନେ ତଳେ ବସି କାମ କରୁଥିବା ଯୋଗଁ ଆଣୁଗଣ୍ଠିର କ୍ଷୟ ଶୀଘ୍ର ହୋଇଥାଏ । ତା’ଛଡ଼ା ତ୍ରୁଟିପୂର୍ଣ୍ଣ ଜୀବନଯାପନ, ବୟସାଧିକ୍ୟ ଯୋଗୁଁ ଓ କେତେ ପ୍ରକାର ବାତ ରୋଗ ଯୋଗୁଁ ୨୦% ଭାଗରୁ ଅଧିକ ଲୋକ ଆଣ୍ଠୁଗଣ୍ଠି ଦରଜର ସମ୍ମୁଖୀନ ହୋଇଥାନ୍ତି । ଏହାର ପ୍ରକୃତ କାରଣ ଓ ନିରାକରଣ ନ ଜାଣି ସାମୟିକ ଉପଶମ ପାଇଁ ଆମେ ଭାରତୀୟମାନେ ବହୁ ପ୍ରକାର ଦେଶୀ ଚିକିତ୍ସା ଓ ଔଷଧ ସେବନ କରିଥାନ୍ତି । ବହୁ ସମୟରେ ଏଥିଯୋଗୁଁ ବା ବୟସ ବଢ଼ୁଥିବା ଯୋଗୁଁ ଗଣ୍ଠିରେ ଦୁଇ ହାଡ଼ ମଝିରେ ଦୁଇ ହାଡ଼କୁ ହାଡ଼ ଘର୍ଷଣ ନ ହେବା ପାଇଁ ଯେଉଁ ନରମ ୱାସର ଭଳି କାଟିର୍ଲେଜଟି ଥାଏ ତାହା ଧୀରେ ଧୀରେ ପତଳା ହୋଇଯାଏ ଓ ପେଚ୍ ପେଚ୍ ହୋଇ ଖାଇଯାଏ । ହାଡ଼ ହାଡ଼ ମଧ୍ୟରେ ଘର୍ଷଣ ହୁଏ ଓ ହାଡ଼ରୁ କିଛି ପାଣି ଅଂଶ ଝରିଆସି ଗଣ୍ଠି ଭିତରେ ଜମା ହୋଇ ଫୁଲିଯାଏ ।
ବହୁଦିନ ଧରି ଏହାର ଚିକିତ୍ସା ନ କଲେ ହାଡ଼ ହାଡ଼ ମଧ୍ୟରେ ଘର୍ଷଣ ହୋଇ ହାଡ଼ର କିଛି ଅଂଶ ଖାଇଯାଏ ଓ ଗଣ୍ଠି ବଙ୍କା ହୋଇଯାଏ । ବୟସ୍କ ଲୋକଟି ତା’ର ଦୈନନ୍ଦିନ କାମ ଏପରିକି ତଳେ ବସି ଝାଡ଼ାଯିବା ଓ ରାତିରେ ଶୋଇ ପାଶ୍ୱର୍ ଲେଉଟାଇବା ବେଳେ ମଧ୍ୟ କଷ୍ଟ ଅନୁଭବ କରେ । ଏକକାଳୀନ ଚାଲିବାର ଦୂରତା ଆସ୍ତେ ଆସ୍ତେ କମିଯାଏ । ଏପରିକି ଜଣେ ବୟସ୍କ ଲୋକ ନିଜ ନାତି ନାତୁଣୀଙ୍କ ଗହଣରେ ଖେଳିବୁଲି ତାଙ୍କୁ ସ୍କୁଲ ଓ ପାର୍କ ନେବାରେ ସମୟ ବିତାଉଥିଲା । ଏବେ ଘର ଭିତରେ ଆବଦ୍ଧ ହୋଇ ରହିବା ଫଳରେ ମାନସିକ ଦୁଶ୍ଚିନ୍ତା ବଢ଼ିଯାଏ । ବିଂଶ ଶତାବ୍ଦୀରେ ମଣିଷର ବଂଚି ରହିବାର ବୟସ ସୀମା ବଢ଼ିଯାଇଛି । ୭୦ ବୟସର ମା’ ଓ ମାଉସୀମାନେ ତଳେ ବସି ପୂଜା କରିବା, ପରିବା କାଟିବାର ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି । ବାପା ଓ କକାମାନେ ବଜାର ହାଟକୁ ଯିବାର ଆତ୍ମସନ୍ତୋଷ ପାଇବା ପାଇଁ ବ୍ୟଗ୍ର । ଏତିକିବେଳେ ବିଂଶ ଶତାବ୍ଦୀର ଭେଷଜ ବିଜ୍ଞାନର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓ ଗବେଷଣା ବହୁ ଆକାରରେ ବହୁ ଦେଶରେ ଉପଲବ୍ଧ ହେବା ଯୋଗୁଁ ବ୍ୟଗ୍ର ବୟସ୍କ ଲୋକମାନଙ୍କୁ ଏହାର ସମାଧାନ ମିଳିଯାଇଛି ।


ସବୁପ୍ରକାର ଔଷଧୀୟ ଚିକିତ୍ସା, ବ୍ୟାୟାମ, ଯୋଗ ଆଦି ଯେତେବେଳେ ରୋଗୀର କଷ୍ଟକୁ କମାଇପାରେ ନାହିଁ, ରୋଗୀ ଶାନ୍ତିରେ ରାତିରେ ଶୋଇପାରେ ନାହିଁ – ଏହି ପରିସ୍ଥିତିରେ ଗଣ୍ଠିର ପ୍ରତ୍ୟାରୋପଣ ଜରୁରୀ ହୋଇପଡ଼େ । ମାତ୍ର ସାଧାରଣରେ ଆଣ୍ଠୁ ପ୍ରତ୍ୟାରୋପଣ ବା ଶଲ୍ୟ ଚିକିତ୍ସାକୁ ପ୍ରାୟ ସମସ୍ତଙ୍କର ଏକ ଭୟ ଥାଏ । ସାଧାରଣରେ ବିଶ୍ୱାସ ଯେ ଅପରେସନ୍ ବିପଦପୂର୍ଣ୍ଣ ଓ ବୟସ୍କ ଲୋକମାନଙ୍କ ପାଇଁ ଏହା ଅôଧକ ବିପଦପୂର୍ଣ୍ଣ ତେଣୁ ବୟସ ହେଲା ପରେ ଅସ୍ତ୍ରୋପଚାରଠାରୁ ଦୂରେଇ ରହିବା ଉଚିତ । ମାତ୍ର ଅତ୍ୟାଧୁନିକ ଯୁଗର ଗବେଷଣା ଦ୍ୱାରା ଅତ୍ୟାନୁନିକ ଗଣ୍ଠି ପ୍ରତ୍ୟାରୋପଣ ପଦ୍ଧତି ବହୁ ଆକାରରେ ଏହି ସବୁ ସାଧାରଣ ପ୍ରଶ୍ନର ଉତର ଦେଇପାରିଛି । ଆଖିର ମୋତିଆବିନ୍ଦୁ ପ୍ରତ୍ୟାରୋପଣ ପରି ଏହା ଅତି ସହଜ, ସରଳ ଓ ବିପଦମୁକ୍ତ । ଏହା ଦୁଇ ହାଡ଼ ମୁଣ୍ଡରେ ଥିବା କାଟିର୍ଲେଜ ଯେଉଁଟାକି ଖରାପ ହୋଇଯାଇଥାଏ ତାକୁ ବଦଳାଇ ପ୍ଲାଷ୍ଟିକ କାଟିର୍ଲେଜକୁ ସ୍ୱତନ୍ତ୍ର ଅଠା ଦ୍ୱାରା ଲଗାଇ ଦିଆଯାଏ । ବଙ୍କା ଆଣ୍ଠୁ ସିଧା ହୋଇଯାଏ । ଅପରେସନ୍ ପରେ ଦୀର୍ଘକାଳୀନ ଔଷଧର ଆବଶ୍ୟକତା ପଡ଼େ ନାହିଁ । ଦୁଇଟି ଆଣ୍ଠୁ ଏକାଥରେ ଅପରେସନ୍ କରିବା ଦ୍ୱାରା ଖର୍ଚ୍ଚ ବହୁ ଅଂଶରେ କମିଯାଏ । ବୟସ୍କ ଲୋକଟିଏ ନିଜ କାମ ନିଜେ ସୁରୁଖୁରୁରେ କରିପାରିବା ପାଇଁ କମ୍ ପଇସାରେ ବିନା ଜୀବନ ପ୍ରତି ବିପଦରେ ଏହି ଅତ୍ୟାଧୁନିକ ଚିକିତ୍ସା ହାତ ପାହାନ୍ତାରେ ଉପଲବ୍ଧ ହେଉଥିବା ଯୋଗୁଁ ବହୁ ବୟସ୍କ ଲୋକ ବେଶ୍ ଖୁସି ।