କଟକ ଶ୍ରୀରାମ ଚନ୍ଦ୍ର ଭବନରେ ଭାଗବତ ସେବା ସମିତି ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ୟୁରୋଲୋଜିଷ୍ଟ୍ , ଆଣ୍ଡ୍ରୋଲୋଜିଷ୍ଟ୍‌, କିଡନି ଟ୍ରାନ୍ସପ୍ଲାଣ୍ଟ ସର୍ଜନ ତଥା ଆସିଷ୍ଟାଣ୍ଟ ପ୍ରଫେସର୍ ଡା. ସଞ୍ଜୟ ଚୌଧୁରୀ ସମ୍ବର୍ଦ୍ଧିତ ହୋଇଛନ୍ତି । ଏଥିରେ ସ୍ୱାମୀ ବୃନ୍ଦାବନ ଦାସ ମହାରାଜ, ନ୍ୟାୟମୂର୍ତି ଶ୍ରୀଯୁକ୍ତ ବୀରକିଶୋର ମିଶ୍ର, ପଫେସର ଉଦୟନାଥ ସାହୁ, କଟକ ବିଧାୟକ ମହମ୍ମଦ ମୋକିମ୍‌, ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସତ୍ୟକାମ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ଶ୍ରୀଯୁକ୍ତ ଦେବସ୍ନାନ ଦାସ, ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର, ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।