
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଜଏଗାଁସ୍ଥିତ ଶ୍ରୀକୃଷ୍ଣ ଗୁରୁକୁଳ ପରିସରରେ ଓଡିଶା ଆର୍ଥ୍ରାଇଟିସ୍ ଓ ରିମାଟୋଲୋଜି ସେଂଟର୍ ଏବଂ ବଂଶୀଧର ମେମୋରିଆଲ୍ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ।

ଏଥିରେ ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବଂଟନ କରାଯାଇଥିଲା ।

ଏହି ଶିବିରରେ ରିମାଟୋଲୋଜିଷ୍ଟ୍ ଡା. ଜ୍ୟୋତିରଞ୍ଜନ ପରିଡା, ଗ୍ୟାଷ୍ଟ୍ରୋଏଂଟେରୋଲିଷ୍ଟ୍ ଡା ପ୍ରଶାନ୍ତ କୁମାର ପରିଡା, ମେଡିସିନ୍ ସ୍ପେସାଲିଷ୍ଟ୍ ଡା. ଚନ୍ଦନ ଦାସ, ଇଏନ୍ଟି ସ୍ୱେସାଲିଷ୍ଟ୍ ଡା. ଖଗେଶ୍ୱର ରାଉତ, କାର୍ଡିଓଲୋଜିଷ୍ଟ୍ ଡା. ପ୍ରିୟରଞ୍ଜନ ପରିଡା, ଗାଇନାକୋଲୋଜିଷ୍ଟ୍ ଡା. ପଦ୍ମାଳୟା ଠାକୁର, ପେଡିଆଟ୍ରିସିଆନ୍ ଡା. ବିକ୍ରାନ୍ତ କୁମାର ପୃଷ୍ଟି, ମେଡିସିନ୍ ସ୍ପେସାଲିଷ୍ଟ୍ ଡା. ନଳିନୀକାନ୍ତ ସାହୁ, ଡାଇବେଟୋଲୋଜିଷ୍ଟ୍ ଡା. ଅପୂର୍ବ ଜେନା, ଡର୍ମାଟୋଲୋଜିଷ୍ଟ୍ ଡା. ମାନସ ପୁହାଣ , ଅର୍ଥୋପେଡ଼ିକ୍ ସର୍ଜନ ଡା. ଅକ୍ଷୟ କୁମାର ସାହୁ ଓ ଅନ୍ୟାନ୍ୟ ଡାକ୍ତରମାନେ ଯୋଗ ଦେଇଥିଲେ ।

ଥାଇଳୋ ଓ ଅଳାଭର ପଂଚାୟତବାସୀ ଏହି ଶିବିରର ପରିଚାଳନାରେ ସହଯୋଗ କରିଥିଲେ ।