ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍ – Allergic Conjunctivitis by Ophthalmologist Dr Bighnaraj Pal

ଡା. ବିଘ୍ନରାଜ ପାଲ୍‌ ଚକ୍ଷୁରୋଗ ବିଶେଷଜ୍ଞ ଏଏସ୍‌ଜି ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ଆଲର୍ଜି ସୃଷ୍ଟି କରୁଥିବା ବିଭିନ୍ନ ତତ୍ତ୍ୱ ସଂସ୍ପର୍ଶରେ ଯେତେବେଳେ ଆଖି ଆସିଥାଏ, ସେତେବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରତିକ୍ରିୟାଶୀଳ ହୋଇଉଠେ । ଫଳରେ ଆଖିରେ ଅସହ୍ୟ କୁଣ୍ଡେଇ ହୁଏ, ଫୁଲିଯାଏ, ଆଖି ନାଲି ପଡିଯାଏ ଓ ପୀଡା ହୁଏ; ଏହି ଅବସ୍ଥାକୁ ‘ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍‌’ କୁହାଯାଏ । କଞ୍ଜକ୍ଟିଭା ହେଉଛି ଆଖିକୁ ସମ୍ପୂର୍ଣ୍ଣ ଢ଼ାଙ୍କି ରଖୁଥିବା ଏକ ପତଳା ଆବରଣ ବା ଝିଲ୍ଲୀ