ଗଳ୍ପ: ହାପି ଆଲଜାଇମର୍- Odia short story by Dr. Chandramauli Mitra Bhubaneswar

ଡା. ଚନ୍ଦ୍ରମୌଳି ମିତ୍ର କନସଲଟାଣ୍ଟ୍‌, ନ୍ୟୁରୋସର୍ଜନ କଳିଙ୍ଗ ହସ୍‌ପିଟାଲ୍‌ ଭୁବନେଶ୍ୱର ନରହରିବାବୁ ସ୍କୁଟରଟି ରଖିଲେ ପାନ ଦୋକାନ ଆଗରେ । ଦୋକାନ ଆଗରେ ଠିଆ ହୋଇଥିବା ଧୋତି ପଞ୍ଜାବୀପିନ୍ଧା ଦରଚନ୍ଦା ପେଟୁଆ ଲୋକଟି ପାନ ଚୋବାଉ ଚୋବାଉ ହସ ହସ ମୁହଁରେ ହଠାତ୍ କହି ଉଠିଲେ, “ଆଜ୍ଞା ନମସ୍କାର, ବହୁ ଦିନ ପରେ ଦେଖା, ଭଲ ଅଛନ୍ତି?” ନରହରିବାବୁ ଚିହ୍ନି ପାରିଲେନି ଲୋକଟିକୁ, ତଥାପି ଓଠ ଚଉଡ଼ା କରି ସ୍ମିତହାସ୍ୟର ଭଙ୍ଗୀ ଖେଳାଇ କହିଲେ, “ହଁ ସବୁ