ପ୍ରସିଦ୍ଧ ଆୟୁର୍ବେଦ ଚିକିତ୍ସକ ପ୍ରଫେସର୍ ଡା. କାମଦେବ ଦାସଙ୍କ ସହ ସାକ୍ଷାତକାର- Interview with Dr. Kamadev Das

ଆୟୁର୍ବେଦ ଚିକିତ୍ସା ଜଗତରେ ପ୍ରଫେସର୍ ଡା. କାମଦେବ ଦାସ ଏକ ଜଣାଶୁଣା ନାଁ । ବିଭିନ୍ନ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ମାନଙ୍କରେ ଦୀର୍ଘ ଦିନ ଧରି ଅଧ୍ୟାପନା ପରେ ଶେଷରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଅଧ୍ୟକ୍ଷ ହୋଇ ଅବସର ଗ୍ରହଣ କରିଛନ୍ତି । ଅଧ୍ୟାପନାରେ ଯେତିକି ଛାତ୍ରଛାତ୍ରୀଙ୍କ ପ୍ରିୟ, ଚିକିତ୍ସା କ୍ଷେତ୍ରରେ ମଧ୍ୟ ସେତିକି ଲୋକପ୍ରିୟ । ଅବସର ପରେ ମଧ୍ୟ ରୋଗୀ ସେବାରେ ବ୍ୟସ୍ତ । ଏବେ ବି ଜ୍ଞାନ ଆହରଣରେ ବ୍ୟସ୍ତ; ରୀତିମତ୍