ଇଲେକ୍ଟ୍ରୋଫିଜିଓଲୋଜି ଷ୍ଟଡି _Electrophysiology Study by Dr. S.N. Panda_Cardiologist_Bhubaneswar
ଡା. ଏସ୍.ଏନ୍. ପଣ୍ଡା ଇଣ୍ଟରଭେନସାଲ୍ କାର୍ଡିଲୋଜିଷ୍ଟ ଆଣ୍ଡ୍ କାର୍ଡିଆକ୍ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ୍ ଆମ୍ରି ହସ୍ପିଟାଲ୍, ଭୁବନେଶ୍ୱର ‘ଇଲେକ୍ଟ୍ରୋଫିଜିଓଲୋଜି (ଇପି) ଷ୍ଟଡି’ ହେଉଛି ଏକ ନୈଦାନିକ ପରୀକ୍ଷା, ଯେଉଁଥିରେ ଇଲେକ୍ଟ୍ରୋଡ୍ କ୍ୟାଥେଟର୍ (ଲମ୍ବା ତାର)କୁ ଏକ୍ସରେର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିରା (ବା ଭେନ୍)ରେ ପ୍ରବେଶ କରାଇ ହାର୍ଟ (ବା ହୃତପିଣ୍ଡ) ପର୍ଯ୍ୟନ୍ତ ନିଆଯାଏ । ହୃତପିଣ୍ଡର ବୈଦ୍ୟୁତିକ ବ୍ୟବସ୍ଥା (ଇଲେକ୍ଟ୍ରିକାଲ୍ ସିଷ୍ଟମ୍) ଜନିତ ଦେଖାଯାଉଥିବା ଅସାଧାରଣ ବା ଅସନ୍ତୁଳିତ ବା ଅନିୟମିତ ହୃତସ୍ପନ୍ଦନର ପ୍ରକୃତ କାରଣ ନିର୍ଦ୍ଧାରଣ କରିବାକୁ