ବୟସ୍କ ବ୍ୟକ୍ତିଙ୍କ ପରିସ୍ରାରେ ରକ୍ତ ପଡ଼ିବା- By Dr. Paresh Chandra Majhi Urologist Bhubaneswar

ଡା. ପରେଶ ଚନ୍ଦ୍ର ମାଝି ମୂତ୍ରଶଲ୍ୟ ବିଶେଷଜ୍ଞ ଆସିଷ୍ଟାଣ୍ଟ୍ ପ୍ରଫେସର୍‌ ହାଇଟେକ୍ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍‌ପିଟାଲ୍ ଭୁବନେଶ୍ୱର ପରିସ୍ରାରେ ରକ୍ତ ପଡ଼ିବାକୁ ‘ହେମାଚୁରିଆ’ କୁହାଯାଏ । ପରିସ୍ରାରେ ରକ୍ତ ଆସିବାଟା ଯେ, ସବୁବେଳେ ଖାଲି ଆଖିରେ ଦେଖାଯିବ, ସେମିତି କିଛି ମାନେ ନାହିଁ । ଖାଲି ଆଖିରେ ଦେଖାଗଲେ ଏହାକୁ ‘ଭିଜିବଲ୍ ହେମାଚୁରିଆ’ ବା ‘ଗ୍ରସ୍ ହେମାଚୁରିଆ’ କୁହାଯାଏ । ଅଣୁବୀକ୍ଷଣ ଯନ୍ତ୍ର ବା ମାଇକ୍ରୋସ୍କୋପ୍‌ରେ ଦେଖାଗଲେ ଏହାକୁ ‘ମାଇକ୍ରୋସ୍କୋପିକ୍ ହେମାଚୁରିଆ’ କୁହାଯାଏ । ମାଇକ୍ରୋସ୍କୋପ୍‌ରେ