ଅବ୍ଷ୍ଟ୍ରକ୍ଟିଭ୍ ଜଣ୍ଡିସ୍_ଡା. ସତ୍ୟପ୍ରକାଶ ରାୟ ଚୌଧୁରୀ
ଅବ୍ଷ୍ଟ୍ରକ୍ଟିଭ୍ ଜଣ୍ଡିସ୍ ଡା. ସତ୍ୟପ୍ରକାଶ ରାୟ ଚୌଧୁରୀ ଆସୋସିଏଟ୍ ପ୍ରଫେସର୍ ଏବଂ ବିଭାଗୀୟ ମୁଖ୍ୟ, ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଂଟେରୋଲୋଜି ଏବଂ ଲିଭର୍ ଟ୍ରାନ୍ସପ୍ଲାଂଟେସନ୍ ବିଭାଗ ସମ୍ ହସ୍ପିଟାଲ୍, ଭୁବନେଶ୍ୱର ଜଣ୍ଡିସ୍ କହିଲେ ଆମେ ସାଧାରଣତଃ ଆଖି ଓ ପରିସ୍ରା ହଳଦିଆ ହୋଇଯିବାକୁ ହିଁ ବୁଝିଥାଉ । ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଏହା ହେପାଟାଇଟିସ୍-ଏ ଓ ଇ ଭୂତାଣୁ ଦ୍ୱାରା ଦେଖାଯାଇଥାଏ; ଯାହାକି କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ବିନା ମଧ୍ୟ ଆପେଆପେ ଭଲ ହୋଇଥାଏ । ଆଉ ଗୋଟିଏ ପ୍ରକାର