କବିତା: ମେଘଦୂତ _Odia Poem by Kedar Mishra

କେଦାର ମିଶ୍ର ବିନୋଦିନୀ ନିବାସ ,୨୬୫/୧୭୩୬ ଏ , ଶାସ୍ତ୍ରୀ ନଗର, ୟୁନିଟ୍-୪ ଭୁବନେଶ୍ୱର-୧   ଯାହା କହି ହେଲାନି, ତାକୁ ମେଘ କରି ଉଡେଇ ଦେଲି ଆକାଶରେ । ମେଘରେ ଦେଖ, ଲାଖିଛି ଟୋପାଏ ବୋଲି ମୋର ରକତ ମେଘରେ ହିରା ପରି ଉଜ୍ଜଳ ଟୋପେ ଲୁହ ଖୁଦ କଣା, ଦରଲେଖା ଚିଠି ଓ ଅଧ ପାଶୋରା ଦୁଃଖ ମେଘରେ ଭାସି ଯାଉଚି ଧଳା କାଗଜ ଡଂଗା ର ବିତି ଯାଇଥିବା ଜୋଛନା ଧଉଳା ରାତି