କାର୍ଡିଓ ପଲମୋନାରୀ ରିସସିଟେସନ୍ (ସି.ପି.ଆର୍.)- CPR by Dr. Ashok Kumar Badamali Bhubaneswar
ଡା. ଅଶୋକ କୁମାର ବଡ଼ମାଳୀ ବରିଷ୍ଠ ନିଶ୍ଚେତନ ବିଶେଷଜ୍ଞ କିମ୍ସ ହସ୍ପିଟାଲ, ଭୁବନେଶ୍ୱର କାର୍ଡିଓ ପଲ୍ମୋନାରୀ ରିସସିଟେସନ୍ (ସି.ପି.ଆର୍.) ହେଉଛି ଏକ ଜୀବନରକ୍ଷାକାରୀ ପଦ୍ଧତି, ଯାହାକି କୌଣସି ବ୍ୟକ୍ତିର ହୃତସ୍ପନ୍ଦନ ବା ଶ୍ୱାସକ୍ରିୟା ବନ୍ଦ ହୋଇଯିବା ଭଳି ଆପାତକାଳୀନ ସ୍ଥିତିରେ ଉପଯୋଗ କରାଯାଇଥାଏ । ସିପିଆର୍ ପଦ୍ଧତିରେ ରୋଗୀକୁ କୁତ୍ରିମ ଉପାୟରେ ବାୟୁ ଦିଆଯାଏ ଯ’ଦ୍ୱାରା ଫୁସଫୁସ୍ ଅମ୍ଳଜାନ ପାଇଥାଏ ଏବଂ ହୃତସ୍ପନ୍ଦନ ସ୍ୱାଭାବିକ ଅବସ୍ଥାକୁ ଫେରିବା ଯାଏଁ ବକ୍ଷ ବା ଛାତିରେ ମଝି ଅଂଶରେ ଚାପ