ଗଳ୍ପ: ନିଜକୁ ବି ଭଲପାଅ ବାପା – Odia short story by Pabitra Kumar Gouda

ପବିତ୍ର କୁମାର ଗୌଡ଼ ପ୍ଲଟ ନଂ - ବି-୧୮୯, ଶ୍ରୀଜଗନ୍ନାଥ ବିହାର ଲେନ୍‌-୭, ବରମୁଣ୍ଡା ଭୁବନେଶ୍ୱର-୭୫୧୦୦୩ ଗେଟ୍ ପାଖରେ ପହଂଚି କଲିଂବେଲ୍ ଟିପିଲେ ସନ୍ଦୀପବାବୁ । ପତ୍ନୀ ଅନୀତା କବାଟ ଖୋଲିଲେ । ବ୍ୟାଗ୍ ଥୋଉ ଥୋଉ ପଚାରିଲେ ସନ୍ଦୀପ - ‘ପୁପୁ ନାହିଁ କି?’ ‘ଆର ଘରେ ଶୋଇଚି’ କହିଦେଇ ରୋଷେଇଘରକୁ ଗଲେ ଅନୀତା । କଥାଟା ଅସହଜ ଲାଗିଲା ସନ୍ଦୀପଙ୍କୁ । ଶୋଇଚି? ଛ’ଟା ବାଜିବାକୁ ଦଶ ମିନିଟ୍ ଅଛି । ଇଏ ତ