ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍‌- PCOS By Dr. Ritesh Agrawal Endocrinologist Bhubaneswar

ଡା. ରିତେଶ ଅଗ୍ରୱାଲ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଆମ୍ରି ହସ୍ପିଟାଲ୍‌, ଭୁବନେଶ୍ୱର ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍‌)କୁ ଗୋଟିଏ ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ ବୋଲି ଗ୍ରହଣ କରାଯାଇଥାଏ, ଯେଉଁଥିରେ ମହିଳାମାନଙ୍କ ଋତୁସ୍ରାବ ଅନିୟମିତତା (ଋତୁସ୍ରାବ ବିଳମ୍ବିତ ହେବା, ବନ୍ଧ୍ୟାତ୍ୱ), ହାଇପର୍‌ଏଣ୍ଡ୍ରୋଜେନିଜିମ୍‌ରେ (ମହିଳାଙ୍କଠାରେ ପୁରୁଷ ହର୍‌ମୋନ୍ ‘ଏଣ୍ଡ୍ରୋଜେନ୍‌’ର ପ୍ରାବଲ୍ୟ ରହିବା / ମହିଳାଙ୍କ ଶରୀରରେ ପୁରୁଷମାନଙ୍କ ଭଳି ନିଶ, ଦାଢ଼ି, ଛାତିରେ ଲୋମ ଇତ୍ୟାଦି ଦେଖାଯିବା / ବ୍ରଣ ଦେଖାଯିବା) ଦେଖାଯାଏ ଏବଂ ଅଲ୍‌ଟ୍ରାସାଉଣ୍ଡ୍ ପରୀକ୍ଷାରେ ପଲିସିଷ୍ଟିକ୍ ଓଭାରି ଜଣାପଡ଼ିଥାଏ ।