infertility

Home|Tag: infertility

ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍‌- PCOS By Dr. Ritesh Agrawal Endocrinologist Bhubaneswar

ଡା. ରିତେଶ ଅଗ୍ରୱାଲ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଆମ୍ରି ହସ୍ପିଟାଲ୍‌, ଭୁବନେଶ୍ୱର ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍‌)କୁ ଗୋଟିଏ ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ ବୋଲି ଗ୍ରହଣ କରାଯାଇଥାଏ, ଯେଉଁଥିରେ ମହିଳାମାନଙ୍କ ଋତୁସ୍ରାବ ଅନିୟମିତତା (ଋତୁସ୍ରାବ ବିଳମ୍ବିତ ହେବା, ବନ୍ଧ୍ୟାତ୍ୱ), ହାଇପର୍‌ଏଣ୍ଡ୍ରୋଜେନିଜିମ୍‌ରେ (ମହିଳାଙ୍କଠାରେ ପୁରୁଷ ହର୍‌ମୋନ୍ ‘ଏଣ୍ଡ୍ରୋଜେନ୍‌’ର ପ୍ରାବଲ୍ୟ ରହିବା / ମହିଳାଙ୍କ ଶରୀରରେ ପୁରୁଷମାନଙ୍କ ଭଳି ନିଶ, ଦାଢ଼ି, ଛାତିରେ ଲୋମ ଇତ୍ୟାଦି ଦେଖାଯିବା / ବ୍ରଣ ଦେଖାଯିବା) ଦେଖାଯାଏ ଏବଂ ଅଲ୍‌ଟ୍ରାସାଉଣ୍ଡ୍ ପରୀକ୍ଷାରେ ପଲିସିଷ୍ଟିକ୍ ଓଭାରି ଜଣାପଡ଼ିଥାଏ ।

ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ସିନି ଏସ୍ ଭେନୁଗୋପାଲ୍‌ଙ୍କ ସହ ସାକ୍ଷାତକାର- Interview with Dr. Sini S Venugopal-Genix Fertility Care-Bhubaneswar

ଡା. ସିନି ଏସ୍ ଭେନୁଗୋପାଲ୍ । ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ । ବନ୍ଧ୍ୟାଦୋଷର ଚିକିତ୍ସା ତଥା ଅନ୍ୟାନ୍ୟ ସ୍ତ୍ରୀ ରୋଗ ଚିକିତ୍ସାରେ ତାଙ୍କର ଯଥେଷ୍ଟ ପ୍ରସିଦ୍ଧି ରହିଛି । ଖାରବେଳ ନଗର, ଭୁବନେଶ୍ୱରରେ ‘ଜେନିସ୍କ ଫର୍ଟିଲିଟି କେୟାର ଆଣ୍ଡ୍ ୱିମେନ୍ ହେଲ୍‌ଥ କ୍ଲିନିକ୍‌’ ନାମରେ ତାଙ୍କର ଏକ କ୍ଲିନିକ୍ ରହିଛି, ଯେଉଁଠାରେ ଅତ୍ୟାଧୁନିକ ପଦ୍ଧତିରେ ବନ୍ଧ୍ୟାଦୋଷ ଓ ବିଭିନ୍ନ ସ୍ତ୍ରୀ ରୋଗର ଚିକିତ୍ସା ହୁଏ । ସ୍ୱଭାବରେ ସେ ଖୁବ୍ ଶାନ୍ତ, ସରଳ

ବନ୍ଧ୍ୟା ଦୋଷ – Infertility By Dr. Sini S Venugopal- Genix Fertlity Care-Bhubaneswar

ଡା. ସିନି ଏସ୍ ଭେନୁଗୋପାଲ୍ ଜେନିକ୍ସ ଫର୍ଟିଲିଟି କେୟାର୍ ଆଣ୍ଡ୍ ୱିମେନ୍ସ ହେଲ୍ଥ କ୍ଲିନିକ୍ ଏସ୍ସିଆର୍-୬୨, ଖାରବେଳ ନଗର ୟୁନିଟ୍-୩, ଭୁବନେଶ୍ୱର ପ୍ରଜନନକ୍ଷମ ବୟସରେ ଏକ ବର୍ଷରୁ ଅଧିକ ସମୟ ଧରି ଅସୁରକ୍ଷିତ ଯୌନସଂସର୍ଗ ପରେ ମଧ୍ୟ ଯଦି ଗର୍ଭସଂଚାର ହୁଏ ନାହିଁ, ତାକୁ ‘ବନ୍ଧ୍ୟାତ୍ୱ’ ବା ‘ବନ୍ଧ୍ୟାଦୋଷ’ କୁହାଯାଏ । ସାଧାରଣତଃ ୧୦-୧୫%ଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ । କିନ୍ତୁ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଖାଯାଇଥିବା ସମସ୍ତ ବନ୍ଧ୍ୟାଦୋଷ ମଧ୍ୟରୁ ୩୦%