swasthyaswara22@gmail.com

Home|Gourishankar Panda

About Gourishankar Panda

This author has not yet filled in any details.
So far Gourishankar Panda has created 81 blog entries.

କ୍ୟାନସର୍ କ’ଣ? What is Cancer_By Dr Kshitish Chandra Mishra Oncologist Cuttack

ଡା. କ୍ଷୀତିଶ ଚନ୍ଦ୍ର ମିଶ୍ର କର୍କଟ ରୋଗ ବିଶେଷଜ୍ଞ, କଟକ କ୍ୟାନସର୍ ମାନେ କ’ଣ? ଏହା ଏକ କିମ୍ବା କିଛିଟା ପରିବର୍ତିତ କୋଷ, ଯାହାକି ଅମାନିଆ ଭାବେ ବଢ଼ିଚାଲେ । ଏହା ନିଜେ ନିଜେ ନଷ୍ଟ ହୁଏ ନାହିଁ କିମ୍ବା ଶରୀରର କିଛି କାମରେ ଆସେ ନାହିଁ ବରଂ କ୍ଷତି କରେ । ସାଧାରଣ କୋଷ ଏବଂ କ୍ୟାନସର୍ କୋଷ ମଧ୍ୟରେ ତଫାତ୍ କ’ଣ? ଆମ ଶରୀରରେ ଲକ୍ଷାଧିକ କୋଷ ଥାଏ, ଯାହାକି ସ୍ୱୟଂଚାଳିତ ପ୍ରଣାଳୀରେ ବଂଶ

ଡା. ଚିତ୍ତରଞ୍ଜନ ମିଶ୍ରଙ୍କ ସହ ସାକ୍ଷାତକାର- Interview with Dr. Chitta Ranjan Mishra- Gynecologist-Niali-Cuttack

ଡା. ଚିତ୍ତରଞ୍ଜନ ମିଶ୍ର । କଟକ ଜିଲ୍ଲା ନିଆଳି ସ୍ଥିତ ଚିତ୍ତରଞ୍ଜନ ସେବା ସଦନର ନିର୍ଦ୍ଦେଶକ । ପ୍ରଖାତ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ । ଏହି ପରିଚୟ ବ୍ୟତୀତ ତାଙ୍କ ଆଉ ଏକ ପରିଚୟ ହେଉଛି ସେ ଓଡିଆ ସିନେମାର ଜଣେ ପ୍ରସିଦ୍ଧ ଅଭିନେତା । ଡାକ୍ତର ଭାବରେ ଯେତିକି ଦକ୍ଷ, ଅଭିନେତା ଭାବରେ ମଧ୍ୟ ସେତିକି ପୋଖତ । ବିଗତ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ନିଆଳି ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ

ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ସିନି ଏସ୍ ଭେନୁଗୋପାଲ୍‌ଙ୍କ ସହ ସାକ୍ଷାତକାର- Interview with Dr. Sini S Venugopal-Genix Fertility Care-Bhubaneswar

ଡା. ସିନି ଏସ୍ ଭେନୁଗୋପାଲ୍ । ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ । ବନ୍ଧ୍ୟାଦୋଷର ଚିକିତ୍ସା ତଥା ଅନ୍ୟାନ୍ୟ ସ୍ତ୍ରୀ ରୋଗ ଚିକିତ୍ସାରେ ତାଙ୍କର ଯଥେଷ୍ଟ ପ୍ରସିଦ୍ଧି ରହିଛି । ଖାରବେଳ ନଗର, ଭୁବନେଶ୍ୱରରେ ‘ଜେନିସ୍କ ଫର୍ଟିଲିଟି କେୟାର ଆଣ୍ଡ୍ ୱିମେନ୍ ହେଲ୍‌ଥ କ୍ଲିନିକ୍‌’ ନାମରେ ତାଙ୍କର ଏକ କ୍ଲିନିକ୍ ରହିଛି, ଯେଉଁଠାରେ ଅତ୍ୟାଧୁନିକ ପଦ୍ଧତିରେ ବନ୍ଧ୍ୟାଦୋଷ ଓ ବିଭିନ୍ନ ସ୍ତ୍ରୀ ରୋଗର ଚିକିତ୍ସା ହୁଏ । ସ୍ୱଭାବରେ ସେ ଖୁବ୍ ଶାନ୍ତ, ସରଳ

ପ୍ରସିଦ୍ଧ ରିମାଟୋଲୋଜିଷ୍ଟ ଡା. ଜ୍ୟୋତି ରଞ୍ଜନ ପରିଡାଙ୍କ ସହ ସାକ୍ଷାତକାର- Interview with Dr. Jyoti Ranjan Parida- Rheumatologist-Bhubaneswar

ଡା. ଜ୍ୟୋତି ରଞ୍ଜନ ପରିଡା । ସମ୍ ହସ୍‌ପିଟାଲ୍‌, ଭୁବନେଶ୍ୱରର ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗର ବିଭାଗୀୟ ମୂଖ୍ୟ । ଜଗତସିଂହପୁର ଜିଲ୍ଳାରେ ତାଙ୍କର ଜନ୍ମ । ପ୍ରଥମ ଓଡିଆ ଭାବେ ସେ ଏସ୍‌ଜିପିଜିଆଇଏମ୍‌ଏସ୍‌, ଲକ୍ଷ୍ନୌରୁ ଡି.ଏମ୍‌.(କ୍ଲିନିକାଲ୍ ଇମ୍ୟୁନୋଲୋଜି) ଶିକ୍ଷାରେ ସ୍ୱର୍ଣ୍ଣପଦକ ପାଇଛନ୍ତି । ୨୦୧୪ ମସିହାରେ ‘ପ୍ରଫେସର୍ ଆର୍‌. କେ. ଶର୍ମା ବେଷ୍ଟ କ୍ଲିନିସିଆନ୍ ଆୱାର୍ଡ’ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଏଯାବତ୍ ତାଙ୍କର ପ୍ରାୟ ୧୫ଟି ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ଜାତୀୟ ଏବଂ ଆର୍ନ୍ତଜାତୀୟ

ଶୀତ ରୁତୁରେ ତ୍ୱଚାର ଘରୋଇ ଉପଚାର

ସ୍ମୃତିଶିଖା ମହାପାତ୍ର ଭୁବନେଶ୍ୱର ଧରଣୀରାଣୀକୁ ପାଚିଲାଧାନ କେଣ୍ଡାରେ ଏବଂ ରଙ୍ଗବେରଙ୍ଗର ଫୁଲରେ ସଜାଇ ଟୋପାଟୋପା କାକରର ସ୍ପର୍ଶ ନେଇ ଶୀତ ଆସି ପସରାମେଲାଏ ରୁତୁ ଚକ୍ରର ଆବର୍ତନରେ । ରୁତୁରେ ପରିବର୍ତନ ହେବା ସହିତ ମନୁଷ୍ୟର ଶରୀର ଏବଂ ମନରେ ମଧ୍ୟ କିଛିଟା ପରିବର୍ତନ ପରିଲକ୍ଷିତ ହୁଏ । ସାଧାରଣତଃ ଆଜିର ମନୁଷ୍ୟ ସମାଜ ସବୁ ରୁତୁରେ ନିଜକୁ କିପରି ଭାବରେ ଫିଟ୍ ଏବଂ ଫାଇନ୍ କରି ରଖିପାରିବେ ତାକୁ ନେଇ ସଚେତନ ରହିବାକୁ ପସନ୍ଦ କରୁଥିବା

ଫ୍ଲାସ୍ ବ୍ୟାକରେ ଡା. ପରେଶ ଚନ୍ଦ୍ର ଦେ- Life story of Dr. PC Dey- Orthopedic & Endospine Surgeon- Modern Ortho Clinic- Bhubaneswar

ଜୀବନକୁ ଭୋଗିବା ଭଳି ଭୋଗିଥିବା ଲୋକର ରୋଚକ କାହାଣୀଟିଏ ଥାଏ । ଅନେକ କ୍ଷେତ୍ରରେ ଦେଖାଯାଇଛି ଜୀବନର ପ୍ରାରମ୍ଭିକ ଅବସ୍ଥାରେ ଦୁଃଖ, ଦାରିଦ୍ର‌୍ୟରେ କାଟିଥିବା ମଣିଷ ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଏ । ଅଭାବ ଅନଟନରେ ହିଁ ସେ ଘଷିମାଜି ଚିକ୍କଣ କରୁଥାଏ ତା’ର ସ୍ୱପ୍ନ । ଯେକୌଣସି ପରିସ୍ଥିତିରେ ବି ପାଠ ପଢ଼ିବାକୁ ସ୍ୱପ୍ନ ଦେଖୁଥିବା ସେ ମଣିଷ ଆଜି ଜଣେ ପ୍ରଖ୍ୟାତ ଚିକିତ୍ସକ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧି

ଡା. ଏ. ଶାରଦାଙ୍କ ସହ ସାକ୍ଷାତକାର

ଡା. ଏ. ଶାରଦା । କାର୍ଡିଓ ଥୋରାସିକ୍ ଆଣ୍ଡ୍ ଭାସ୍କୁଲାର ସର୍ଜନ । ୧୯୯୬ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କାର୍ଡିଆକ୍ ସର୍ଜରୀରେ ଏମ୍ସିଏଚ୍ କରିସାରିବା ପରେ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ହେବ ସେ କାର୍ଡିଆକ୍ ସର୍ଜରୀ କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଛନ୍ତି । ଅନେକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି । ଆସନ୍ତୁ ଭେଟିବା ତାଙ୍କୁ ଏଥରର ସାକ୍ଷାତକାରରେ । ସ୍ୱା.ସ୍ୱ. - ଚିକିତ୍ସା କ୍ଷେତ୍ରକୁ ଆସିବାର କାରଣ କ’ଣ ଥିଲା? ଡା.

ଘି’ କୁଆଁରୀ (ଏଲୋ ଭେରା)- ଏକ ଅବ୍ୟର୍ଥ ଔଷଧୀୟ ଗଛ- Aloe Vera

ଡା. କ୍ଷୀରୋଦ କୁମାର ରଥ ଭୁବନେଶ୍ୱର ଆଜିକାଲି ଗଛଲତାର ବ୍ୟବହାର ଅନେକାଂଶରେ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳର ଲୋକେ ଏହାକୁ ଔଷଧ ଭାବେ ବ୍ୟବହାର କରୁଥିବାବେଳେ, ସହର ଏବଂ ଆଭିଜାତ୍ୟ ବର୍ଗ ମଧ୍ୟରେ ଏହାର ବ୍ୟବହାର କସ୍ମେଟିକ ବା ନିଉଟ୍ରାସିଉଟିକାଲ୍ ଭାବେ ଆଦୃତ ହେଉଛି । ପ୍ରକୃତି ଆମକୁ ଅନେକ ସମ୍ପଦ ଦେଇଛି । ଗଛଲତା ତନ୍ମଧ୍ୟରୁ ଅନ୍ୟତମ । ଆମ ଚତୁଃପାଶ୍ୱର୍ ଅନେକ ଔଷଧୀୟ ସବୁଜିମାରେ ଭରିରହିଛି । ତାହାର ଚିହ୍ନଟ କରି ଉପଯୋଗ କରିବା

ପାର୍କିନସନ୍ ରୋଗର ଲକ୍ଷଣ ଓ ପ୍ରତିକାର-Parkinson Disease- By Dr Biswajyoti Ratha Neurologist Bhubaneswar

ଡା. ବିଶ୍ୱଜ୍ୟୋତି ରଥ ସ୍ନାୟୁରୋଗ ବିଶେଷଜ୍ଞ ଭୁବନେଶ୍ୱର ପାର୍କିନସନ୍ ରୋଗ ଏକ କ୍ରମାଗତ ଏବଂ କ୍ଷୟକାରୀ ସମସ୍ୟା ଜନିତ ରୋଗ ଯାହା ବ୍ୟକ୍ତିର ଅଙ୍ଗ ପ୍ରତ୍ୟଙ୍ଗ ସଂଚାଳନ ଉପରେ ପ୍ରଭାବ ପକାଇଥାଏ ଏବଂ ମାଂସପେଶୀର ସନ୍ତୁଳନତା ଏବଂ ନିୟନ୍ତ୍ରଣ ରକ୍ଷା କରିବାରେ ଅସୁବିଧା ହୋଇଥାଏ । ଶରୀରର ମାଂସପେଶୀକୁ ସଂଚାଳନ ଉପରେ ନିୟନ୍ତ୍ରଣ ବଜାୟ ରଖୁଥିବା ଏକ ରାସାୟନିକ ପଦାର୍ଥ ଯାହା ଡୋପାମିନ୍ ନାମରେ ମସ୍ତିଷ୍କର ସ୍ନାୟୁକୋଷରୁ ସୃଷ୍ଟି ହୋଇଥାଏ ତାହା ନଷ୍ଟ ହୋଇଗଲେ ସାଧାରଣତଃ ଏହି

ସିଜୋଫ୍ରେନିଆ- Schizophrenia by Dr. Samrat Kar Psychiatrist Cuttack

ଡା. ସମ୍ରାଟ କର ମାନସିକ ରୋଗ ବିଶେଷଜ୍ଞ, କଟକ ‘ସିଜୋଫ୍ରେନିଆ’ ଏକ ବୈଜ୍ଞାନିକ ଶବ୍ଦ ହେଲେ ମଧ୍ୟ ସାଧାରଣ ଭାବରେ ଏହା ମନୁଷ୍ୟର ପାଗଳାମୀ ବା ବାତୁଳତା ଅବସ୍ଥାକୁ ବୁଝାଏ । ଏହା ମନୁଷ୍ୟର ମସ୍ତିଷ୍କରେ ଥିବା ସ୍ନାୟୁବିକ ରସ “ଡୋପାମିନ୍’’ର ବିଶୃଙ୍ଖଳା, ବଂଶଗତ କାରଣ ଓ ମାନସିକ ଚାପ ଯୋଗୁ ହୋଇପାରେ । ରୋଗୀଟି ସନ୍ଦେହ କରେ ଯେ ତା ବିରୁଦ୍ଧରେ ସମସ୍ତେ ଷଡ଼ଯନ୍ତ୍ର କରୁଛନ୍ତି, କଥା ହେଉଛନ୍ତି । ସ୍ୱାମୀ-ସ୍ତ୍ରୀର ଓ ସ୍ତ୍ରୀ-ସ୍ୱାମୀର ଚରିତ୍ର