famous odia doctors

Home|Tag: famous odia doctors

ପ୍ରସିଦ୍ଧ ରିମାଟୋଲୋଜିଷ୍ଟ ଡା. ଜ୍ୟୋତି ରଞ୍ଜନ ପରିଡାଙ୍କ ସହ ସାକ୍ଷାତକାର- Interview with Dr. Jyoti Ranjan Parida- Rheumatologist-Bhubaneswar

ଡା. ଜ୍ୟୋତି ରଞ୍ଜନ ପରିଡା । ସମ୍ ହସ୍‌ପିଟାଲ୍‌, ଭୁବନେଶ୍ୱରର ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗର ବିଭାଗୀୟ ମୂଖ୍ୟ । ଜଗତସିଂହପୁର ଜିଲ୍ଳାରେ ତାଙ୍କର ଜନ୍ମ । ପ୍ରଥମ ଓଡିଆ ଭାବେ ସେ ଏସ୍‌ଜିପିଜିଆଇଏମ୍‌ଏସ୍‌, ଲକ୍ଷ୍ନୌରୁ ଡି.ଏମ୍‌.(କ୍ଲିନିକାଲ୍ ଇମ୍ୟୁନୋଲୋଜି) ଶିକ୍ଷାରେ ସ୍ୱର୍ଣ୍ଣପଦକ ପାଇଛନ୍ତି । ୨୦୧୪ ମସିହାରେ ‘ପ୍ରଫେସର୍ ଆର୍‌. କେ. ଶର୍ମା ବେଷ୍ଟ କ୍ଲିନିସିଆନ୍ ଆୱାର୍ଡ’ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଏଯାବତ୍ ତାଙ୍କର ପ୍ରାୟ ୧୫ଟି ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ଜାତୀୟ ଏବଂ ଆର୍ନ୍ତଜାତୀୟ

ଫ୍ଲାସ୍ ବ୍ୟାକରେ ଡା. ପରେଶ ଚନ୍ଦ୍ର ଦେ- Life story of Dr. PC Dey- Orthopedic & Endospine Surgeon- Modern Ortho Clinic- Bhubaneswar

ଜୀବନକୁ ଭୋଗିବା ଭଳି ଭୋଗିଥିବା ଲୋକର ରୋଚକ କାହାଣୀଟିଏ ଥାଏ । ଅନେକ କ୍ଷେତ୍ରରେ ଦେଖାଯାଇଛି ଜୀବନର ପ୍ରାରମ୍ଭିକ ଅବସ୍ଥାରେ ଦୁଃଖ, ଦାରିଦ୍ର‌୍ୟରେ କାଟିଥିବା ମଣିଷ ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଏ । ଅଭାବ ଅନଟନରେ ହିଁ ସେ ଘଷିମାଜି ଚିକ୍କଣ କରୁଥାଏ ତା’ର ସ୍ୱପ୍ନ । ଯେକୌଣସି ପରିସ୍ଥିତିରେ ବି ପାଠ ପଢ଼ିବାକୁ ସ୍ୱପ୍ନ ଦେଖୁଥିବା ସେ ମଣିଷ ଆଜି ଜଣେ ପ୍ରଖ୍ୟାତ ଚିକିତ୍ସକ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧି

ଡା. ଏ. ଶାରଦାଙ୍କ ସହ ସାକ୍ଷାତକାର

ଡା. ଏ. ଶାରଦା । କାର୍ଡିଓ ଥୋରାସିକ୍ ଆଣ୍ଡ୍ ଭାସ୍କୁଲାର ସର୍ଜନ । ୧୯୯୬ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କାର୍ଡିଆକ୍ ସର୍ଜରୀରେ ଏମ୍ସିଏଚ୍ କରିସାରିବା ପରେ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ହେବ ସେ କାର୍ଡିଆକ୍ ସର୍ଜରୀ କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଛନ୍ତି । ଅନେକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି । ଆସନ୍ତୁ ଭେଟିବା ତାଙ୍କୁ ଏଥରର ସାକ୍ଷାତକାରରେ । ସ୍ୱା.ସ୍ୱ. - ଚିକିତ୍ସା କ୍ଷେତ୍ରକୁ ଆସିବାର କାରଣ କ’ଣ ଥିଲା? ଡା.

ଘି’ କୁଆଁରୀ (ଏଲୋ ଭେରା)- ଏକ ଅବ୍ୟର୍ଥ ଔଷଧୀୟ ଗଛ- Aloe Vera

ଡା. କ୍ଷୀରୋଦ କୁମାର ରଥ ଭୁବନେଶ୍ୱର ଆଜିକାଲି ଗଛଲତାର ବ୍ୟବହାର ଅନେକାଂଶରେ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳର ଲୋକେ ଏହାକୁ ଔଷଧ ଭାବେ ବ୍ୟବହାର କରୁଥିବାବେଳେ, ସହର ଏବଂ ଆଭିଜାତ୍ୟ ବର୍ଗ ମଧ୍ୟରେ ଏହାର ବ୍ୟବହାର କସ୍ମେଟିକ ବା ନିଉଟ୍ରାସିଉଟିକାଲ୍ ଭାବେ ଆଦୃତ ହେଉଛି । ପ୍ରକୃତି ଆମକୁ ଅନେକ ସମ୍ପଦ ଦେଇଛି । ଗଛଲତା ତନ୍ମଧ୍ୟରୁ ଅନ୍ୟତମ । ଆମ ଚତୁଃପାଶ୍ୱର୍ ଅନେକ ଔଷଧୀୟ ସବୁଜିମାରେ ଭରିରହିଛି । ତାହାର ଚିହ୍ନଟ କରି ଉପଯୋଗ କରିବା

ପାର୍କିନସନ୍ ରୋଗର ଲକ୍ଷଣ ଓ ପ୍ରତିକାର-Parkinson Disease- By Dr Biswajyoti Ratha Neurologist Bhubaneswar

ଡା. ବିଶ୍ୱଜ୍ୟୋତି ରଥ ସ୍ନାୟୁରୋଗ ବିଶେଷଜ୍ଞ ଭୁବନେଶ୍ୱର ପାର୍କିନସନ୍ ରୋଗ ଏକ କ୍ରମାଗତ ଏବଂ କ୍ଷୟକାରୀ ସମସ୍ୟା ଜନିତ ରୋଗ ଯାହା ବ୍ୟକ୍ତିର ଅଙ୍ଗ ପ୍ରତ୍ୟଙ୍ଗ ସଂଚାଳନ ଉପରେ ପ୍ରଭାବ ପକାଇଥାଏ ଏବଂ ମାଂସପେଶୀର ସନ୍ତୁଳନତା ଏବଂ ନିୟନ୍ତ୍ରଣ ରକ୍ଷା କରିବାରେ ଅସୁବିଧା ହୋଇଥାଏ । ଶରୀରର ମାଂସପେଶୀକୁ ସଂଚାଳନ ଉପରେ ନିୟନ୍ତ୍ରଣ ବଜାୟ ରଖୁଥିବା ଏକ ରାସାୟନିକ ପଦାର୍ଥ ଯାହା ଡୋପାମିନ୍ ନାମରେ ମସ୍ତିଷ୍କର ସ୍ନାୟୁକୋଷରୁ ସୃଷ୍ଟି ହୋଇଥାଏ ତାହା ନଷ୍ଟ ହୋଇଗଲେ ସାଧାରଣତଃ ଏହି

ସିଜୋଫ୍ରେନିଆ- Schizophrenia by Dr. Samrat Kar Psychiatrist Cuttack

ଡା. ସମ୍ରାଟ କର ମାନସିକ ରୋଗ ବିଶେଷଜ୍ଞ, କଟକ ‘ସିଜୋଫ୍ରେନିଆ’ ଏକ ବୈଜ୍ଞାନିକ ଶବ୍ଦ ହେଲେ ମଧ୍ୟ ସାଧାରଣ ଭାବରେ ଏହା ମନୁଷ୍ୟର ପାଗଳାମୀ ବା ବାତୁଳତା ଅବସ୍ଥାକୁ ବୁଝାଏ । ଏହା ମନୁଷ୍ୟର ମସ୍ତିଷ୍କରେ ଥିବା ସ୍ନାୟୁବିକ ରସ “ଡୋପାମିନ୍’’ର ବିଶୃଙ୍ଖଳା, ବଂଶଗତ କାରଣ ଓ ମାନସିକ ଚାପ ଯୋଗୁ ହୋଇପାରେ । ରୋଗୀଟି ସନ୍ଦେହ କରେ ଯେ ତା ବିରୁଦ୍ଧରେ ସମସ୍ତେ ଷଡ଼ଯନ୍ତ୍ର କରୁଛନ୍ତି, କଥା ହେଉଛନ୍ତି । ସ୍ୱାମୀ-ସ୍ତ୍ରୀର ଓ ସ୍ତ୍ରୀ-ସ୍ୱାମୀର ଚରିତ୍ର

ହୃଦରୋଗରୁ ରକ୍ଷା ପାଇବାର ଏ ବି ସି … – By Prof. Dr. A.K. Samal Cardiologist Bhubaneswar

ପ୍ରଫେସର୍ ଡା. ଅକ୍ଷୟ କୁମାର ସାମଲ ବିଭାଗୀୟ ମୂଖ୍ୟ, ହୃଦ୍ରୋଗ ବିଭାଗ ହାଇଟେକ୍ ମେଡ଼ିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ ଭୁବନେଶ୍ୱର ହୃତ୍ପିଣ୍ଡର ଧମନୀରେ ଆଥେରୋସ୍କ୍ରେୋସିସ୍ ରୋଗ ହୋଇ ତାହା ସଂକୀର୍ଣ୍ଣ ହୁଏ ଓ ହୃତପିଣ୍ଡକୁ ରକ୍ତ ସଞ୍ଚାଳନ କମ୍ କରି ଆଞ୍ଜାଇନା ଓ ବନ୍ଦ କରି ହୃଦ୍ଘାତ (ହାର୍ଟଆଟାକ୍) କରାଇଥାଏ । ସେହି ଆଥେରୋସ୍କେରୋସିସ୍ ପ୍ରକ୍ରିୟାକୁ ପରାହତ କରି ହୃଦ୍ରୋଗରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ଉପାୟ ଅବଲମ୍ବନ କରାଯାଇପାରେ । ଯାହାକୁ ଆମେ ଏ ବି

ପ୍ରସିଦ୍ଧ ଆୟୁର୍ବେଦ ଚିକିତ୍ସକ ପ୍ରଫେସର୍ ଡା. କାମଦେବ ଦାସଙ୍କ ସହ ସାକ୍ଷାତକାର- Interview with Dr. Kamadev Das

ଆୟୁର୍ବେଦ ଚିକିତ୍ସା ଜଗତରେ ପ୍ରଫେସର୍ ଡା. କାମଦେବ ଦାସ ଏକ ଜଣାଶୁଣା ନାଁ । ବିଭିନ୍ନ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ମାନଙ୍କରେ ଦୀର୍ଘ ଦିନ ଧରି ଅଧ୍ୟାପନା ପରେ ଶେଷରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଅଧ୍ୟକ୍ଷ ହୋଇ ଅବସର ଗ୍ରହଣ କରିଛନ୍ତି । ଅଧ୍ୟାପନାରେ ଯେତିକି ଛାତ୍ରଛାତ୍ରୀଙ୍କ ପ୍ରିୟ, ଚିକିତ୍ସା କ୍ଷେତ୍ରରେ ମଧ୍ୟ ସେତିକି ଲୋକପ୍ରିୟ । ଅବସର ପରେ ମଧ୍ୟ ରୋଗୀ ସେବାରେ ବ୍ୟସ୍ତ । ଏବେ ବି ଜ୍ଞାନ ଆହରଣରେ ବ୍ୟସ୍ତ; ରୀତିମତ୍

ପ୍ରସିଦ୍ଧ କାର୍ଡିଓଲୋଜିଷ୍ଟ ଡା. ଯଦୁନାଥ ପ୍ରସାଦ ଦାସଙ୍କ ସହ ସାକ୍ଷାତକାର-Interview with Dr JP Das Cardiologist Cuttack

ଓଡ଼ିଶାରେ କାର୍ଡିଓଲୋଜିର ଜନକ ଭାବେ ଜଣାଶୁଣା ପ୍ରଫେସର ଡାକ୍ତର ଯଦୁନାଥ ପ୍ରସାଦ ଦାସ ବା ଡା.ଜେ.ପି. ଦାସ । ୧୯୭୯ ମସିହାରେ କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ କଲେଜରେ ସେ ପ୍ରଥମ କରିି ହୃଦରୋଗ ଚିକିତ୍ସା ବିଭାଗ ଆରମ୍ଭ କରିଥିଲେ । ୧୯୮୭ରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ କଟକ ରାଣୀହାଟଠାରେ ନିଜ ହାର୍ଟ କ୍ଲିନିକ୍ ସ୍ଥାପନା କରି ରୋଗୀସେବା କରି ଆସୁଛନ୍ତି । ସେ ଜଣେ ସୁନାମଧନ୍ୟ ଚିକିତ୍ସକ, ଚିତ୍ରକର ଓ କବି ଭାବେ

ଇରେକ୍ଟାଇଲ୍ ଡିସ୍ଫଙ୍କସନ୍-Erectile Dysfunction-By-Dr. Biswajit Nanda-Urologist-Bhubaneswar

ଡା. ବିଶ୍ୱଜିତ ନନ୍ଦ କନ୍ସଲ୍ଟାଂଟ୍ ୟୁରୋଲୋଜି ଆଣ୍ଡ୍ ରେନାଲ୍ ଟ୍ରାନ୍ସପ୍ଳାଂଟ୍ ସାଧାରଣ ଯୌନକ୍ରିୟା ସମୟରେ ଇରେକ୍ସନ ନ ହେବା ବା ଅଧିକ ସମୟ ଧରି ଇରେକ୍ସନ ନ ହେବାକୁ ‘ଇରେକ୍ଟାଇଲ୍ ଡିସ୍ଫଙ୍କସନ୍’ (ଲିଙ୍ଗ ଉତ୍ଥିତ ନହେବା) କୁହାଯାଏ । ଅଧିକାଂଶ ପୁରୁଷ ସେମାନଙ୍କ ଜୀବନରେ କେବେ କେବେ ଏହି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଯେତେବେଳେ ଏହା ଦୀର୍ଘକାଳ ଧରି ଲାଗିରହେ ସେମାନଙ୍କ ଆତ୍ମବିଶ୍ୱାସ ଏବଂ ସମ୍ପର୍କ ପ୍ରଭାବିତ ହୋଇଥାଏ । ପୂର୍ବ କାଳରେ ଏହା