odia health magazine

Home|Tag: odia health magazine

ଡାଇବେଟିକ୍ ରେଟିନୋପାଥି _Diabetic Retinopathy

ଡାଇବେଟିକ୍ ରେଟିନୋପାଥି ଚକ୍ଷୁ ହେଉଛି ମଣିଷର ଗୋଟେ ସୁନ୍ଦରତମ ଅଙ୍ଗ । ଚକ୍ଷୁ ଦ୍ୱାରା ହିଁ ଦୁନିଆର ଏ ମନୋରମ ସୌନ୍ଦର୍ଯ୍ୟକୁ ଦେଖିହୁଏ । ତେଣୁ ଚକ୍ଷୁର ଉପଯୁକ୍ତ ଯତ୍ନ ନେବାରେ କେବେ ହେଲେ ଅବହେଳା କରିବା ଉଚିତ ନୁହେଁ । ଡାଇବେଟିକ୍ ରେଟିନୋପାଥି ହେଉଛି ଡାଇବେଟିସ୍ ବା ମଧୁମେହ ଜନିତ ଏକ ଚକ୍ଷୁରୋଗ । ବିକଶିତ ଦେଶମାନଙ୍କରେ ୩୦ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖାଯାଉଥିବା ଅନ୍ଧତ୍ୱର ଏକ ପ୍ରମୁଖ କାରଣ ହେଉଛି ଡାଇବେଟିକ୍

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଆଲେଖ୍ୟ ‘ତମାଖୁ ବର୍ଜନ: ସୁସ୍ଥ ଜୀବନ’ (ଉପସ୍ଥାପନା: ଡା. ଗୌରୀଶଙ୍କର ପଣ୍ଡା)

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଆଲେଖ୍ୟ ‘ତମାଖୁ ବର୍ଜନ: ସୁସ୍ଥ ଜୀବନ’ (ଉପସ୍ଥାପନା: ଡା. ଗୌରୀଶଙ୍କର ପଣ୍ଡା) ବର୍ତମାନ ସାରା ବିଶ୍ୱରେ ‘ତମାଖୁ ସେବନ’ ଏକ ଗୁରୁତର ସମସ୍ୟା ରୂପେ ମୁଣ୍ଡ ଟେକିଲାଣି । ତମାଖୁ ସେବନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମଇ ମାସ ୩୧ ତାରିଖରେ ‘ବିଶ୍ୱ ତମାଖୁ ବର୍ଜନ ଦିବସ’ ପାଳନ କରାଯାଏ । ପ୍ରତି ବର୍ଷ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଥିମ୍‌କୁ ନେଇ ଏହି

ଫ୍ଲାସ୍‌ବ୍ୟାକ୍‌ରେ ଡା. ସମ୍ରାଟ କର- Life story of Dr. Samrat Kar Psychiatrist Cuttack

ମତେ କାହିଁକି ଭଲ କଲେ ବୋଲି ସେ ବହୁତ କାନ୍ଦିଥିଲେ - ଡା. ସମ୍ରାଟ କର ନାଁ ତାଙ୍କର ସମ୍ରାଟ । ଚେହେରା, ଠାଣି, ବାଣୀ ଓ ସାମର୍ଥ୍ୟ ବି ସେମିତି । ଜଣେ ସଫଳ ମାନସିକ ଚିକିତ୍ସକ ଭାବେ ଓଡ଼ିଶାର କୋଣ ଅନୁକୋଣରେ ପରିଚିତି ଲାଭ କରିଛନ୍ତି ସେ । କେବଳ ମାନସିକ ଚିକିତ୍ସକ କହିଲେ ଯଥେଷ୍ଟ ହେବ ନାହିଁ, ସେ ମଧ୍ୟ ଏକ ସୁନ୍ଦର ହୃଦୟ, ମନର ଅଧିକାରୀ । ସେଇ ହୃଦୟ ଦେଇ,

ଅବ୍‌ଷ୍ଟ୍ରକ୍‌ଟିଭ୍ ଜଣ୍ଡିସ୍‌_ଡା. ସତ୍ୟପ୍ରକାଶ ରାୟ ଚୌଧୁରୀ

ଅବ୍‌ଷ୍ଟ୍ରକ୍‌ଟିଭ୍ ଜଣ୍ଡିସ୍‌ ଡା. ସତ୍ୟପ୍ରକାଶ ରାୟ ଚୌଧୁରୀ ଆସୋସିଏଟ୍ ପ୍ରଫେସର୍ ଏବଂ ବିଭାଗୀୟ ମୁଖ୍ୟ, ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଂଟେରୋଲୋଜି ଏବଂ ଲିଭର୍ ଟ୍ରାନ୍ସପ୍ଲାଂଟେସନ୍ ବିଭାଗ ସମ୍ ହସ୍‌ପିଟାଲ୍‌, ଭୁବନେଶ୍ୱର ଜଣ୍ଡିସ୍ କହିଲେ ଆମେ ସାଧାରଣତଃ ଆଖି ଓ ପରିସ୍ରା ହଳଦିଆ ହୋଇଯିବାକୁ ହିଁ ବୁଝିଥାଉ । ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଏହା ହେପାଟାଇଟିସ୍‌-ଏ ଓ ଇ ଭୂତାଣୁ ଦ୍ୱାରା ଦେଖାଯାଇଥାଏ; ଯାହାକି କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ବିନା ମଧ୍ୟ ଆପେଆପେ ଭଲ ହୋଇଥାଏ । ଆଉ ଗୋଟିଏ ପ୍ରକାର

ଫ୍ଲାସ୍‌ବ୍ୟାକ୍‌ରେ ପ୍ଲାଷ୍ଟିକ୍ ଆଣ୍ଡ୍ କସ୍‌ମେଟିକ୍ ସର୍ଜନ୍ ଡା. ଅକ୍ଷୟ କୁମାର ରାଉତ : Life story of Dr Akshay Kumar Rout

ପୋଲିସ୍ ବାବୁଙ୍କ ପୁରୁଣା ପ୍ୟାଂଟ୍‌ରୁ ୟୁନିଫର୍ମ କରିଥିଲି - ଡା. ଅକ୍ଷୟ କୁମାର ରାଉତ କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ଅଧ୍ୟବସାୟ, ଦୃଢ଼ ଆତ୍ମବିଶ୍ୱାସ ଏବଂ ଭିନ୍ନ କିଛି କରିବାର ନିଶା ଆଗରେ କୌଣସି ବାଧା ପ୍ରତିବନ୍ଧକ ସବୁଦିନ ତିଷ୍ଠେ ନାହିଁ । ଦିନେ ହଟିଯାଏ କଂଟା, ରାସ୍ତା ହୋଇଯାଏ କୁସୁମିତ ଓ ସାଫଲ୍ୟ ମଣ୍ଡିତ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କର୍ମ ଏବଂ ନିଜର ନିଷ୍ଠାରୁ ବିଚ୍ୟୁତ ହୁଅନ୍ତି ନାହିଁ । ଅନେକ

ଫ୍ଲାସ୍‌ବ୍ୟାକ୍‌ରେ ପ୍ରଫେସର୍ ଡା. ଅକ୍ଷୟ କୁମାର ସାମଲ – Life story of Prof Dr AK Samal Cardiologist

ସତ୍ ଉପାୟରେ ରୋଜଗାର ପେଟ ପୂରାଏ, ମନ ଓ ହୃଦୟ ବି... - ପ୍ରଫେସର୍ ଡା. ଅକ୍ଷୟ କୁମାର ସାମଲ ଜଣେ ହୃଦ୍ ଡାକ୍ତର ନୁହନ୍ତି କେବଳ, ଖୁବ୍ ଅମାୟିକ, ସରଳ, ମେଳାପୀ, ଉଦାରମନା, ଦରଦୀ ଓ ହୃଦୟବାନ ମଣିଷ ସେ । ଅର୍ଥସର୍ବସ୍ୱ, ସ୍ୱାର୍ଥସର୍ବସ୍ୱ ଆଜିର ସମୟରେ ମଧ୍ୟ ନୀତି ଆଦର୍ଶରୁ ବିଚ୍ୟୁତ ହୋଇନାହାନ୍ତି । ‘ମାନବ ସେବା ହିଁ ମାଧବ ସେବା’କୁ ଆଦରିନେଇ ଜୀବନଯାତ୍ରାର ଯାତ୍ରୀ ସାଜିଛନ୍ତି ସେ । ପୁରାଣ, ସାହିତ୍ୟ, ଦର୍ଶନରେ

କ୍ୟାନ୍‌ସର ଅଟକିବ କେମିତି

ଡା. କ୍ଷୀତିଶ ଚନ୍ଦ୍ର ମିଶ୍ର କର୍କଟ ରୋଗ ବିଶେଷଜ୍ଞ, କଟକ ୧. କ୍ୟାନ୍‌ସର ନ ହେବା ପାଇଁ ଆମେ କ’ଣ କରିବା ଉଚିତ? କ୍ୟାନ୍‌ସର ନ ହେବାକୁ ଦେବା, କ୍ୟାନ୍‌ସର ଚିକିତ୍ସା କରି ଠିକ୍ କରିବାଠାରୁ ଯଥେଷ୍ଟ ସୁବିଧା । ଅଧାରୁ ଅଧିକ କ୍ୟାନ୍‌ସରକୁ ଆମେ ହେବା ଆଗରୁ ଅଟକାଇ ପାରିବା । ବହୁତ କ୍ୟାନ୍‌ସର ତମାଖୁ ସେବନ ପାଇଁ ହୋଇଥାଏ । ତମ୍ବାଖୁ ସେବନ ବନ୍ଦ ହେଲେ କ୍ୟାନ୍‌ସରରେ ଆକ୍ରାନ୍ତ ହେବାର ଆଶଙ୍କା ଯଥେଷ୍ଟ କମିଯିବ

ଉତ୍ତମ ଓ ସୁଷମ ଖାଦ୍ୟ

ପ୍ରଫେସର ଡା. ବୀରେନ୍ଦ୍ର କିଶୋର ଦାସ ଡାଇରେକ୍ଟର, ଉତ୍କଳ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ହସ୍‌ପିଟାଲ୍‌ ଭୁବନେଶ୍ୱର ଏକ ସୁସ୍ଥ ଜୀବନ ପାଇଁ ଉତ୍ତମ ଓ ସୁଷମ ଖାଦ୍ୟର ପ୍ରୟୋଜନ ହୋଇଥାଏ । ଦୈନନ୍ଦିନ ଜୀବନରେ ଖାଦ୍ୟ ଗ୍ରହଣ କରିବା ଏକ ପ୍ରଧାନ କାର୍ଯ୍ୟ ହୋଇଥାଏ । ଖାଦ୍ୟ ବିନା ଜୀବନ ରକ୍ଷା ଅସମ୍ଭବ । ଅନେକ ସମୟରେ ଆମେ କ’ଣ ଖାଇବା, କ’ଣ ନଖାଇବା, ତାହା ପାଇଁ ବ୍ୟସ୍ତ ହୋଇଥାଉ । ଶରୀର ଉତ୍ତମ

ସାକ୍ଷାତକାରରେ ଡା. ପ୍ରଦୀପ୍ତ ଶେଖର ପାତ୍ର – Interview with Dr. Pradeepta Sekhar Patro Rheumatologist Bhubaneswar

ମୋ ଏମ୍‌ବିବିଏସ୍ ପାଇବା ଖବର ଶୁଣି ବାପା ମା ଖୁସିରେ କାନ୍ଦି ପକାଇଥିଲେ - ଡା. ପ୍ରଦୀପ୍ତ ଶେଖର ପାତ୍ର ଖୁବ୍ କମ୍ ବୟସରେ ମଧ୍ୟ ଜଣେ ଭଲ ରିମାଟୋଲୋଜିଷ୍ଟ ଭାବେ ସେ ଯଥେଷ୍ଟ ନାଁ କମେଇ ସାରିଲେଣି । ରୋଗୀସେବା ହିଁ ତାଙ୍କ ଜୀବନର ବ୍ରତ । ସେ ହେଲେ ସମ୍ ହସ୍ପିଟାଲ୍‌, ଭୁବନେଶ୍ୱରରେ ରିମାଟୋଲୋଜି ଆଣ୍ଡ୍ ଇମ୍ୟୁନୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡା. ପ୍ରଦୀପ୍ତ ଶେଖର ପାତ୍ର । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତାଙ୍କର ଅନେକ

ବୟସ୍କ ବ୍ୟକ୍ତିଙ୍କ ପରିସ୍ରାରେ ରକ୍ତ ପଡ଼ିବା- By Dr. Paresh Chandra Majhi Urologist Bhubaneswar

ଡା. ପରେଶ ଚନ୍ଦ୍ର ମାଝି ମୂତ୍ରଶଲ୍ୟ ବିଶେଷଜ୍ଞ ଆସିଷ୍ଟାଣ୍ଟ୍ ପ୍ରଫେସର୍‌ ହାଇଟେକ୍ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍‌ପିଟାଲ୍ ଭୁବନେଶ୍ୱର ପରିସ୍ରାରେ ରକ୍ତ ପଡ଼ିବାକୁ ‘ହେମାଚୁରିଆ’ କୁହାଯାଏ । ପରିସ୍ରାରେ ରକ୍ତ ଆସିବାଟା ଯେ, ସବୁବେଳେ ଖାଲି ଆଖିରେ ଦେଖାଯିବ, ସେମିତି କିଛି ମାନେ ନାହିଁ । ଖାଲି ଆଖିରେ ଦେଖାଗଲେ ଏହାକୁ ‘ଭିଜିବଲ୍ ହେମାଚୁରିଆ’ ବା ‘ଗ୍ରସ୍ ହେମାଚୁରିଆ’ କୁହାଯାଏ । ଅଣୁବୀକ୍ଷଣ ଯନ୍ତ୍ର ବା ମାଇକ୍ରୋସ୍କୋପ୍‌ରେ ଦେଖାଗଲେ ଏହାକୁ ‘ମାଇକ୍ରୋସ୍କୋପିକ୍ ହେମାଚୁରିଆ’ କୁହାଯାଏ । ମାଇକ୍ରୋସ୍କୋପ୍‌ରେ