odia health magazine

Home|Tag: odia health magazine

ପ୍ଲାଣ୍ଟାର୍ ଫାସାଇଟିସ୍ (ଗୋଡ ତଳିପା ଦରଜ)- Plantar fasciitis by Prof. Dr. Jyotiranjan Parida Rheumatologist Bhubaneswar

ପ୍ରଫେସର ଡା. ଜ୍ୟୋତିରଞ୍ଜନ ପରିଡ଼ା ଡି.ଏମ୍ (କ୍ଲିନିକାଲ୍ ଇମ୍ୟୁନୋଲୋଜି) ବିଭାଗୀୟ ମୁଖ୍ୟ ଇମ୍ୟୁନୋଲୋଜି ଏବଂ ରିମାଟୋଲୋଜି ବିଭାଗ ସମ୍ ହସ୍‌ପିଟାଲ, ଭୁବନେଶ୍ୱର ସକାଳୁୁ ଉଠିଳେ ଆପଣଙ୍କ ପାଦତଳ ଗୋଇଠି ଦରଜ ହେଉଛି କି? ବେଡ୍‌ରୁ ଉଠି ଗୋଡ ତଳେ ରଖିଲେ ଗୋଇଠି ଦରଜ ଲାଗୁଛି କି? ସକାଳୁ ଉଠିବା ପରେ ଆପଣଙ୍କୁ ଛୋଟେଇବାକୁ ପଡୁଛି କି? ଘରେ ଖାଲି ପାଦରେ ଟାଇଲ୍ ଉପରେ ଚାଲିଲେ ଗୋଡ ତଳିପା ଦରଜ ଲାଗୁଛି କି? ଯଦି ହଁ, ତେବେ ଆପଣଙ୍କୁ

ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍‌- PCOS By Dr. Ritesh Agrawal Endocrinologist Bhubaneswar

ଡା. ରିତେଶ ଅଗ୍ରୱାଲ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଆମ୍ରି ହସ୍ପିଟାଲ୍‌, ଭୁବନେଶ୍ୱର ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍‌)କୁ ଗୋଟିଏ ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ ବୋଲି ଗ୍ରହଣ କରାଯାଇଥାଏ, ଯେଉଁଥିରେ ମହିଳାମାନଙ୍କ ଋତୁସ୍ରାବ ଅନିୟମିତତା (ଋତୁସ୍ରାବ ବିଳମ୍ବିତ ହେବା, ବନ୍ଧ୍ୟାତ୍ୱ), ହାଇପର୍‌ଏଣ୍ଡ୍ରୋଜେନିଜିମ୍‌ରେ (ମହିଳାଙ୍କଠାରେ ପୁରୁଷ ହର୍‌ମୋନ୍ ‘ଏଣ୍ଡ୍ରୋଜେନ୍‌’ର ପ୍ରାବଲ୍ୟ ରହିବା / ମହିଳାଙ୍କ ଶରୀରରେ ପୁରୁଷମାନଙ୍କ ଭଳି ନିଶ, ଦାଢ଼ି, ଛାତିରେ ଲୋମ ଇତ୍ୟାଦି ଦେଖାଯିବା / ବ୍ରଣ ଦେଖାଯିବା) ଦେଖାଯାଏ ଏବଂ ଅଲ୍‌ଟ୍ରାସାଉଣ୍ଡ୍ ପରୀକ୍ଷାରେ ପଲିସିଷ୍ଟିକ୍ ଓଭାରି ଜଣାପଡ଼ିଥାଏ ।

ଚେହେରାର ଚମକପଣ ବୃଦ୍ଧିର ଉପାୟ – By Dr. Anita Rath Dermatologist Bhubaneswar

ଡା. ଅନିତା ରଥ ବରିଷ୍ଠ ଚର୍ମରୋଗ ବିଶେଷଜ୍ଞ ଆଶୁ ସ୍କିନ୍ କେୟାର୍‌ ଜୟଦେବ ବିହାର, ଭୁବନେଶ୍ୱର ନିଜ ଚେହେରାର ଚମକପଣ କିଏ ବା ନ ଚାହେଁ! ତ୍ୱଚାର ଚମକ ହିଁ ସୌନ୍ଦର୍ଯ୍ୟ ବୃଦ୍ଧି କରେ । ସୁନ୍ଦର ବ୍ୟକ୍ତିର ବ୍ୟକ୍ତିତ୍ୱ ସ୍ୱତଃ ଉଦ୍‌ଭାସିତ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରେ । ତେଣୁ ତ୍ୱଚାର ଚମକପଣ ଯେ ଆତ୍ମବିଶ୍ୱାସ ବୃଦ୍ଧିର ଏକ ଅନ୍ୟତମ ଚାବିକାଠି, ଏଥିରେ କୌଣସି ସନ୍ଦେହ ନାହିଁ । ପାଠକବନ୍ଧୁ ମନେରଖନ୍ତୁ ନିଜର ତ୍ୱଚାର

ରକ୍ତ ଶର୍କରା- Blood Glucose by Dr. Alok Kanungo Diabetologist KIDS Bhubaneswar

ଡା. ଆଲୋକ କାନୁନ୍‌ଗୋ ଚିଫ୍ କନ୍‌ସଲଟାଣ୍ଟ୍ ଡାଇବେଟୋଲିଷ୍ଟ୍‌ କିଡ୍‌ସ ହସପିଟାଲ୍‌ ଭୁବନେଶ୍ୱର ରକ୍ତ ଶର୍କରା ହେଉଛି ବ୍ଲଡ଼୍ ଗ୍ଲୁକୋଜ୍ । ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି, ତାକୁ ଆପଣଙ୍କ ଦେହ ଭାଙ୍ଗି ଦେଇ ଗ୍ଲୁକୋଜରେ ପରିଣତ କରିଦେଇଥାଏ । ଗ୍ଲୁକୋଜ୍‌ଟି ହେଉଛି କାର୍ବୋହାଇଡ୍ରେଟ୍ ବା ଚିନି ବା ଶର୍କରା- ସାଧାରଣ ଭାଷାରେ ଶ୍ୱେତସାର ଗୋଟିଏ ରୂପ । ଏହି ଗ୍ଲୁକୋଜ୍ ରକ୍ତ ସାହାଯ୍ୟରେ ଚାଲିଯାଉଛି ଆପଣଙ୍କ ଦେହର ପ୍ରତ୍ୟେକଟି କୋଷ ବା ଜୀବକୋଷ ପାଖକୁ । କାରଣ

କରୋନା ଏବଂ କିଡନି ରୋଗୀ- Corona and Kidney Patients by Dr. Biswajit Nanda Urologist-Kidney Transplant Surgeon-Andrologist Sum Ultimate Medicare Bhubaneswar

ସମଗ୍ର ବିଶ୍ୱରେ ଏବେ ମହାମାରୀ କରୋନା ବା କୋଭିଡ୍‌-୧୯କୁ ନେଇ ଚର୍ଚ୍ଚା । ସବୁଠି ଆଶଙ୍କା । ସମସ୍ତେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ଲୋକଙ୍କ ମନରେ କରୋନାକୁ ନେଇ ଏବେ ବହୁତ ପ୍ରଶ୍ନ ଉଙ୍କିମାରୁଛି ଏବଂ ଏହା ସ୍ୱାଭାବିକ ମଧ୍ୟ । କାରଣ, କରୋନା କାରଣରୁ ଅନେକ ଜୀବନ ଚାଲିଗଲାଣି । ଅନେକଙ୍କ ଜୀବିକା ପୁରା ଠପ୍ ହୋଇଯାଇଛି । ଏହି କରୋନା ସଂକ୍ରମଣକୁ ଆଖି ଆଗରେ ରଖି ହସ୍‌ପିଟାଲ୍‌ମାନଙ୍କ ପାଇଁ

ଗର୍ଭାବସ୍ଥାରେ ମୁଖର ଯତ୍ନ କିପରି ନେବେ? Pregnancy and Oral Health By Dr. Subasish Behera

ଡା. ଶୁଭାଶିଷ ବେହେରା (ରୁଟ୍ କେନାଲ୍ ସ୍ପେସାଲିଷ୍ଟ୍‌) ଆସୋସିଏଟ୍ ପ୍ରଫେସର୍‌ ହାଇଟେକ୍ ଡେଂଟାଲ୍ କଲେଜ୍‌ ଭୁବନେଶ୍ୱର ଆମେ ସମସ୍ତେ ଜାଣୁ, ଗର୍ଭାବସ୍ଥା ହେଉଛି ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ନୈସର୍ଗିକ ଆନନ୍ଦ ଉପଲବ୍ଧି କରିବାର ସମୟ । ଗର୍ଭସଂଚାର ପରଠାରୁ ପ୍ରସବ ଯାଏଁ ହର୍‌ମୋନ୍ ସମ୍ବନ୍ଧୀୟ ଅନେକ ପରିବର୍ତନ ଘଟିଥାଏ । ଏହି ସମୟରେ ବିଭିନ୍ନ କାରଣରୁ ଦାନ୍ତ ଓ ମାଢ଼ିର ଟିସୁ ମଧ୍ୟ ପ୍ରଭାବିତ ହୋଇଥାଏ । ତେଣୁ ଗର୍ଭବତୀ ମହିଳାମାନେ ନିଶ୍ଚିତ ଭାବେ ଦନ୍ତ

ଫ୍ଲାସବ୍ୟାକ୍‌ରେ ପ୍ରଫେସର ଡା. ଘନଶ୍ୟାମ ବିଶ୍ୱାସ- Lifestory of Prof. Dr. Ghanashyam Biswas Medical Oncologist Bhubaneswar

  ପ୍ରଫେସର ଡା. ଘନଶ୍ୟାମ ବିଶ୍ୱାସ । ପ୍ରସିଦ୍ଧ ମେଡିକାଲ୍ ଅଙ୍କଲୋଜିଷ୍ଟ । ବର୍ତମାନ ସେ ଭୁବନେଶ୍ୱରସ୍ଥିତ ସ୍ପର୍ଶ ହସ୍ପିଟାଲରେ କାର୍ଯ୍ୟରତ ଏବଂ ଏହା ସହ ସମ୍ ହସ୍ପିଟାଲରେ ମେଡିକାଲ ଅଙ୍କୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ । ବ୍ୟକ୍ତିଗତ ଜୀବନରେ ଖୁବ୍ ସାଦାସିଧା ଏବଂ କମ୍ କଥା କହୁଥିବା ଜଣେ ସରଳ ନିଷ୍କପଟ ମଣିଷ । ରୋଗୀସେବା ତାଙ୍କ ଜୀବନର ବ୍ରତ । କର୍କଟ ରୋଗର ଚିକିତ୍ସାରେ ସେ ଅନେକ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି

କାର୍ଡିଓ ପଲମୋନାରୀ ରିସସିଟେସନ୍ (ସି.ପି.ଆର୍‌.)- CPR by Dr. Ashok Kumar Badamali Bhubaneswar

ଡା. ଅଶୋକ କୁମାର ବଡ଼ମାଳୀ ବରିଷ୍ଠ ନିଶ୍ଚେତନ ବିଶେଷଜ୍ଞ କିମ୍‌ସ ହସ୍‌ପିଟାଲ, ଭୁବନେଶ୍ୱର କାର୍ଡିଓ ପଲ୍‌ମୋନାରୀ ରିସସିଟେସନ୍ (ସି.ପି.ଆର୍‌.) ହେଉଛି ଏକ ଜୀବନରକ୍ଷାକାରୀ ପଦ୍ଧତି, ଯାହାକି କୌଣସି ବ୍ୟକ୍ତିର ହୃତସ୍ପନ୍ଦନ ବା ଶ୍ୱାସକ୍ରିୟା ବନ୍ଦ ହୋଇଯିବା ଭଳି ଆପାତକାଳୀନ ସ୍ଥିତିରେ ଉପଯୋଗ କରାଯାଇଥାଏ । ସିପିଆର୍ ପଦ୍ଧତିରେ ରୋଗୀକୁ କୁତ୍ରିମ ଉପାୟରେ ବାୟୁ ଦିଆଯାଏ ଯ’ଦ୍ୱାରା ଫୁସଫୁସ୍ ଅମ୍ଳଜାନ ପାଇଥାଏ ଏବଂ ହୃତସ୍ପନ୍ଦନ ସ୍ୱାଭାବିକ ଅବସ୍ଥାକୁ ଫେରିବା ଯାଏଁ ବକ୍ଷ ବା ଛାତିରେ ମଝି ଅଂଶରେ ଚାପ

ଗଳ୍ପ: ହାପି ଆଲଜାଇମର୍- Odia short story by Dr. Chandramauli Mitra Bhubaneswar

ଡା. ଚନ୍ଦ୍ରମୌଳି ମିତ୍ର କନସଲଟାଣ୍ଟ୍‌, ନ୍ୟୁରୋସର୍ଜନ କଳିଙ୍ଗ ହସ୍‌ପିଟାଲ୍‌ ଭୁବନେଶ୍ୱର ନରହରିବାବୁ ସ୍କୁଟରଟି ରଖିଲେ ପାନ ଦୋକାନ ଆଗରେ । ଦୋକାନ ଆଗରେ ଠିଆ ହୋଇଥିବା ଧୋତି ପଞ୍ଜାବୀପିନ୍ଧା ଦରଚନ୍ଦା ପେଟୁଆ ଲୋକଟି ପାନ ଚୋବାଉ ଚୋବାଉ ହସ ହସ ମୁହଁରେ ହଠାତ୍ କହି ଉଠିଲେ, “ଆଜ୍ଞା ନମସ୍କାର, ବହୁ ଦିନ ପରେ ଦେଖା, ଭଲ ଅଛନ୍ତି?” ନରହରିବାବୁ ଚିହ୍ନି ପାରିଲେନି ଲୋକଟିକୁ, ତଥାପି ଓଠ ଚଉଡ଼ା କରି ସ୍ମିତହାସ୍ୟର ଭଙ୍ଗୀ ଖେଳାଇ କହିଲେ, “ହଁ ସବୁ

ମାନିଆ ଓ ବାଇପୋଲାର୍ ଡିଜଅର୍ଡର୍‌ – Mania and Bipolar Disorder- By Dr. Snehanshu Dey- Psychiatrist Bhubaneswar

ଡା. ସ୍ନେହାଂଶୁ ଦେ ମାନସିକ ରୋଗ ବିଶେଷଜ୍ଞ (ଆସିଷ୍ଟାଣ୍ଟ୍ ପ୍ରଫେସର୍‌) ସମ୍ ହସପିଟାଲ୍‌, ଭୁବନେଶ୍ୱର ମାନିଆ: ମାନିଆ ହେଉଛି ଏକ ମାନସିକ ରୋଗ । ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀ ଉତ୍ତେଜିତ ରହିବା, ଭୟଭୀତ ରହିବା, ଚିଡଚିଡ୍ ରହିବା, ଉନ୍ମୁକ୍ତ ହେବା, ନିଜକୁ ବଡ଼ ଭାବିବା ଓ ଅସ୍ୱାଭାବିକ ଭାବେ ନିଜକୁ ଉଚ୍ଚ ଭାବିବା ଭଳି ସମସ୍ୟା ଅତି କମରେ ସପ୍ତାହେ ପର୍ଯ୍ୟନ୍ତ ଲାଗି ରହେ । ଏହି ସମୟରେ ନିମ୍ନଲିଖିତ ଲକ୍ଷଣ ଗୁଡ଼ିକ ମଧ୍ୟରୁ