odia health website

Home|Tag: odia health website

ପ୍ରଫେସର୍ ଡା. କୃପାସିନ୍ଧୁ ପଣ୍ଡାଙ୍କ ସହ ସାକ୍ଷାତକାର- Interview with Prof. Dr. Krupasindhu Panda Cuttack

ପ୍ରଫେସର୍ ଡା. କୃପାସିନ୍ଧୁ ପଣ୍ଡା । ପ୍ରଖ୍ୟାତ କ୍ୟାନସର୍ ଚିକିତ୍ସକ । ଆଜୀବନ ରୋଗୀ ସେବାରେ ବ୍ରତୀ । କଟକର ବହୁ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ । ରୋଗୀ ସେବାରେ ନିଜର ନିଷ୍ଠା ପାଇଁ ସେ ଅନେକ ସଂସ୍ଥା ଦ୍ୱାରା ସମ୍ବର୍ଦ୍ଧିତ । ସେ ଜଣେ ଉଚ୍ଚ କୋଟୀର ଲେଖକ ମଧ୍ୟ । ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ଲେଖା ପ୍ରକାଶିତ ହୋଇ ପ୍ରଚୁର ପାଠକୀୟତା ସାଉଁଟିଛି । ଏତଦବ୍ୟତିତ “କ୍ୟାନସର୍‌: ଦ ଚିଲ୍ ଆଣ୍ଡ୍

ଡା. ସୁତପା ବିଶ୍ୱାସଙ୍କ ସହ ସାକ୍ଷାତକାର- Interview with Dr. Sutapa Biswas Bhubaneswar

ଡା. ସୁତପା ବିଶ୍ୱାସ । ସ୍ପର୍ଶ ହସ୍ପିଟାଲ, ଭୁବନେଶ୍ୱରର ପାଥୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ । ରୋଗ ନିଦାନରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି ତାଙ୍କର । ବିଶେଷକରି କ୍ୟାନସର୍ ରୋଗ ନିରୂପଣରେ ସେ ସିଦ୍ଧହସ୍ତ । ପିଲାଦିନ କଟିଛି ମୁମ୍ବାଇରେ । ମୁମ୍ବାଇସ୍ଥିତ ଜି.ଏସ୍‌. ମେଡ଼ିକାଲ କଲେଜରୁ ଏମବିବିଏସ୍ ଏବଂ ଏଲଟିଏମଏମସି ଆଣ୍ଡ୍ ଏଲଟିଏସଜିଏଚରୁ ଏମ୍‌.ଡି. (ପାଥୋଲୋଜି) କରିଛନ୍ତି । ରୋଗୀସେବା ତାଙ୍କ ଜୀବନ । ତାଙ୍କର ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକଶିତ ହୋଇ

ଗ୍ଲୁକୋମା- Glaucoma- Dr. Amarendra samal Bhubaneswar

ଡା. ଅମରେନ୍ଦ୍ର ସାମଲ ଚକ୍ଷୁରୋଗ ବିଶେଷଜ୍ଞ ଏଏସ୍‌ଜି ଆଇ ହସ୍‌ପିଟାଲ୍‌ ଭୁବନେଶ୍ୱର   ଗ୍ଲୁକୋମା ହେଉଛି ଏକ ଶ୍ରେଣୀୟ ଚକ୍ଷୁ ରୋଗ ସମୂହ, ଯାହା ନୀରବରେ ସ୍ଥାୟୀ ଅନ୍ଧତ୍ୱ ଆଡ଼କୁ ନେଇଯାଏ । କୌଣସି ପୁର୍ବ ଲକ୍ଷଣ ବିନା ଗ୍ଲୁକୋମା ହୋଇଥାଏ । ବିନା କୌଣସି ପୀଡ଼ା କି କିଛି ଅସହଜ ନ ଲାଗି କିମ୍ବା ଅସ୍ପଷ୍ଟ (ଧୂଆଁଳିଆ) ଦେଖାଯିବା ଭଳି ସମସ୍ୟା ଦେଖା ସମସ୍ୟା ଦେଖା ନଯାଇ ମଧ୍ୟ ଏହା ହୋଇପାରେ । ସାମ୍ପ୍ରତିକ ସମୟରେ

ଜଏଣ୍ଟ୍ ରିପ୍ଲେସ୍‌ମେଣ୍ଟ୍ ଓ ଏହାର ଆବଶ୍ୟକତା_Joint Replacement_Dr. P. C. Dey_Bhubaneswar

ଡା. ପି.ସି. ଦେ ମଡର୍ଣ୍ଣ ଅର୍ଥୋ କ୍ଲିନିକ୍‌, ୭୫୧, ବେହେରାସାହି, କଳିଙ୍ଗ ଷ୍ଟାଡିୟମର ଦକ୍ଷିଣ ପାଶ୍ୱର୍ ନୟାପଲ୍ଲୀ, ଭୁବନେଶ୍ୱର-୧୨ ବିଂଶ ଶତାବ୍ଦୀରେ ଗଣ୍ଠି ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଖୁବ୍ ବହୁଳ ଭାବରେ ପରିଲକ୍ଷିତ ହେଉଛି । ଏଥିନିମନ୍ତେ ଗବେଷଣା ମଧ୍ୟ ଆଗେଇ ଚାଲିଛି । ଆଗରୁ ବ୍ୟବହାର ହେଉଥିବା ଯନ୍ତ୍ରପାତି ଓ ଅସ୍ତ୍ରୋପଚାର କୌଶଳ ଏପରିକି ବ୍ୟବହାର ହେଉଥିବା ମେଟାଲ୍ ବା ପା୍ଲଷ୍ଟିକ୍‌ରେ ମଧ୍ୟ ବହୁ ପରିବର୍ତନ ହୋଇଛି । ଏହାଦ୍ୱାରା ଛୋଟ କଟା ସାହାଯ୍ୟରେ ଗଣ୍ଠି ପ୍ରତ୍ୟାରୋପଣ

ମଧୁମେହରେ କିଡନି ସମସ୍ୟା- Kidney Problems in Diabetes by Dr. Sunil Kumar Kota Endocrinologist Berhampur

ଡା. ସୁନୀଲ କୁମାର କୋଟା (ଏଣ୍ଡୋକ୍ରାଇନୋଲୋଜିଷ୍ଟ) ଡାଏବେଟିସ୍ ଆଣ୍ଡ୍ ଏଣ୍ଡୋକେୟାର୍ କ୍ଲିନିକ୍‌ ବ୍ରହ୍ମପୁର ବର୍ତମାନ ସମଗ୍ର ପୃଥିବୀ ତଥା ଭାରତବର୍ଷରେ ମଧୁମେହ ସମସ୍ୟା ବ୍ୟାପକ ରୂପେ ବଢ଼ି ଚାଲିଛି । ପାଶ୍ଚାତ୍ୟ ଦେଶ ତୁଳନାରେ ଏସିଆ ମହାଦେଶ ତଥା ଭାରତବର୍ଷର ଲୋକେ ଏହି ଜୀବନଶୈଳୀ ଅବ୍ୟବସ୍ଥା ଜନିତ ସମସ୍ୟାରେ ଅଧିକ ପରିମାଣରେ ତଥା ଏକ ଦଶନ୍ଧି ପୂର୍ବରୁ ଆକ୍ରାନ୍ତ ହୋଇଥାନ୍ତି । ତାହାଛଡ଼ା ମଧୁମେହ ଜନିତ କିଛିଟି ଜଟିଳ ଅବସ୍ଥା ଯଥା ହୃଦୟ ଏବଂ କିଡ୍‌ନି ସମସ୍ୟା

କବିତା: ପଥିକ – Odia Poem by Pabitra Mohan Dash

ପବିତ୍ର ମୋହନ ଦାଶ ଇଂରାଜୀ ବିଭାଗ ଶାସ୍ତ୍ରୀ ସ୍ମୃତି ଡିଗ୍ରୀ ମହାବିଦ୍ୟାଳୟ ବାଲିପୁଟ, ପୁରୀ - ୭୫୨୦୪୫   ବୃକ୍ଷର ମୂଳେ ଯେହ୍ନେ ଆସି ପଥୁକୀ ବିଶ୍ରାମନ୍ତି ବସି ପୁଣି ଚଳନ୍ତି ଶ୍ରମ ସାରି, ସେ ବୃକ୍ଷ ନୁହଁଇ କାହାରି । (ଜଗନ୍ନାଥ ଦାସ, ଭାଗବତ ଦଶମ ସ୍କନ୍ଧ, ପଂଚମ ଅଧ୍ୟାୟ) ପଥିକେ! ମୁଁ ବି ତମରି ପରି ଜଣେ ବିଶ୍ରାମ ବାହାନାରେ ବୃକ୍ଷ ତଳେ ଲଗାଇଛି ଗହଳ ଚହଳ ମତେ କ୍ଷମା କର, ଅନୁଭବି ନାହିଁ

ଆଡମିରାଲ୍ ଡା. ସଲିଲ୍ କୁମାର ମହାନ୍ତିଙ୍କ ସହ ସାକ୍ଷାତକାର- Interview with Admiral Dr. Salil Kumar Mohanty

  ଆଡମିରାଲ୍ ଡା. ସଲିଲ୍ କୁମାର ମହାନ୍ତି, ଏସ୍‌.ଏମ୍‌., ଭି.ଏସ୍‌.ଏମ୍‌. । ବିଶିଷ୍ଟ ଶଲ୍ୟ ଚିକିତ୍ସକ । ଭାରତୀୟ ନୌସେନାରେ କାଟିଛନ୍ତି ନିଜର ଚାକିରି ଜୀବନ । ଚିଫ୍ ଅଫ୍ ଦି ନାଭାଲ୍ ଷ୍ଟାଫ୍ କମେଣ୍ଡେସନ୍ କାର୍ଡ (୧୯୮୫), ବିଶିଷ୍ଟ ସେବା ମେଡାଲ୍ (୧୯୮୭), ସର୍ଜନ୍ ରିଅର୍ ଆଡମିରାଲ୍ ଏଚ୍ ଏଲ୍ ଭାଟିଆ ମେମୋରିଆଲ୍ ସିଲଭର୍ ମେଡାଲ୍ (୧୯୯୩) ଏବଂ ସେନା ମେଡାଲ୍ (୨୦୦୦) ଭଳି ସମ୍ମାନରେ ସେ ସମ୍ମାନିତ । ଅବସର ପରେ ମୁମ୍ବାଇର ଜସଲୋକ୍

ମହିଳାମାନଙ୍କ ହୃଦରୋଗ- Heart Diseases & Female By Dr. Sujit Kumar Mohanty

ଡା. ସୁଜିତ କୁମାର ମହାନ୍ତି କନସଲ୍‌ଟାଣ୍ଟ୍‌, କାର୍ଡିଆକ୍ ସର୍ଜରୀ ଆପୋଲୋ ହସ୍ପିଟାଲ୍‌ ବିଶାଖାପଟନମ୍‌ ସାମ୍ପ୍ରତିକ ସମୟରେ ଅନ୍ୟ ରୋଗ ତୁଳନାରେ ହୃଦରୋଗ କାରଣରୁ ମହିଳାମାନେ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରୁଛନ୍ତି । ଯଦିଓ ପୁରୁଷଙ୍କ ପରି ମହିଳାମାନଙ୍କୁ ମଧ୍ୟ ହୃଦରୋଗ ହେବାର ଆଶଙ୍କା ଥାଏ, ହେଲେ ମେନୋପଜ୍ (ରଜନିବୃତି) ହେବା ପର୍ଯ୍ୟନ୍ତ ହରମୋନ୍ କାରଣରୁ ସେମାନେ ସୁରକ୍ଷିତ ରହିଥାନ୍ତି । ଏବେ ତ’ ଶାରୀରିକ ବ୍ୟାୟାମ ଅଭାବରୁ, ଜଙ୍କଫୁଡ୍ ଅଧିକ ଖାଇବା ଯୋଗୁଁ ଓ ଧୂମପାନ ଅଭ୍ୟାସ

ଇଲେକ୍ଟ୍ରୋଫିଜିଓଲୋଜି ଷ୍ଟଡି _Electrophysiology Study by Dr. S.N. Panda_Cardiologist_Bhubaneswar

  ଡା. ଏସ୍‌.ଏନ୍‌. ପଣ୍ଡା ଇଣ୍ଟରଭେନସାଲ୍ କାର୍ଡିଲୋଜିଷ୍ଟ ଆଣ୍ଡ୍ କାର୍ଡିଆକ୍ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ୍‌ ଆମ୍ରି ହସ୍‌ପିଟାଲ୍‌, ଭୁବନେଶ୍ୱର ‘ଇଲେକ୍ଟ୍ରୋଫିଜିଓଲୋଜି (ଇପି) ଷ୍ଟଡି’ ହେଉଛି ଏକ ନୈଦାନିକ ପରୀକ୍ଷା, ଯେଉଁଥିରେ ଇଲେକ୍ଟ୍ରୋଡ୍ କ୍ୟାଥେଟର୍ (ଲମ୍ବା ତାର)କୁ ଏକ୍ସରେର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିରା (ବା ଭେନ୍‌)ରେ ପ୍ରବେଶ କରାଇ ହାର୍ଟ (ବା ହୃତପିଣ୍ଡ) ପର୍ଯ୍ୟନ୍ତ ନିଆଯାଏ । ହୃତପିଣ୍ଡର ବୈଦ୍ୟୁତିକ ବ୍ୟବସ୍ଥା (ଇଲେକ୍ଟ୍ରିକାଲ୍ ସିଷ୍ଟମ୍‌) ଜନିତ ଦେଖାଯାଉଥିବା ଅସାଧାରଣ ବା ଅସନ୍ତୁଳିତ ବା ଅନିୟମିତ ହୃତସ୍ପନ୍ଦନର ପ୍ରକୃତ କାରଣ ନିର୍ଦ୍ଧାରଣ କରିବାକୁ

କବିତା: ମେଘଦୂତ _Odia Poem by Kedar Mishra

କେଦାର ମିଶ୍ର ବିନୋଦିନୀ ନିବାସ ,୨୬୫/୧୭୩୬ ଏ , ଶାସ୍ତ୍ରୀ ନଗର, ୟୁନିଟ୍-୪ ଭୁବନେଶ୍ୱର-୧   ଯାହା କହି ହେଲାନି, ତାକୁ ମେଘ କରି ଉଡେଇ ଦେଲି ଆକାଶରେ । ମେଘରେ ଦେଖ, ଲାଖିଛି ଟୋପାଏ ବୋଲି ମୋର ରକତ ମେଘରେ ହିରା ପରି ଉଜ୍ଜଳ ଟୋପେ ଲୁହ ଖୁଦ କଣା, ଦରଲେଖା ଚିଠି ଓ ଅଧ ପାଶୋରା ଦୁଃଖ ମେଘରେ ଭାସି ଯାଉଚି ଧଳା କାଗଜ ଡଂଗା ର ବିତି ଯାଇଥିବା ଜୋଛନା ଧଉଳା ରାତି