Allopathy

Home|Allopathy

ବ୍ରେନଷ୍ଟ୍ରୋକ୍ (Brain Stroke- Symptoms, Causes, Treatment & Prevention)

ଡା. ଶୁଭ୍ରାଂଶୁ ଶେଖର ଜେନା (ଡିଏମ୍‌, ଡିଏନ୍‌ବି) ନ୍ୟୁରୋଲୋଜି ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ କେୟାର୍ ହସ୍ପିଟାଲ, ଭୁବନେଶ୍ୱର ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ବ୍ରେନ୍ ବା ମସ୍ତିଷ୍କ । ଏହା ନିରବଚ୍ଛିନ୍ନ ଭାବେ କାମ କରିବା ଫଳରେ, ଆମେ ସମସ୍ତ କାମ କରିପାରୁ । ଏହା ଶରୀରର ଅନ୍ୟ ସବୁ ଅଙ୍ଗକୁ ନିୟନ୍ତ୍ରଣ ମଧ୍ୟ କରିଥାଏ । ବ୍ରେନ୍‌କୁ ଆମ ଶରୀରର କଂଟ୍ରୋଲ୍ ରୁମ୍ ବୋଲି କୁହାଯାଏ । ବ୍ରେନ୍ ନ୍ୟୁରନ କୋଷିକା ମାଧ୍ୟମରେ

ଇନଫ୍ଲୁଏଞ୍ଜା -Influenza Description by Dr. Pradeep Kumar Giri Pulmonologist Cuttack

ଡା. ପ୍ରଦୀପ କୁମାର ଗିରି ଏମ୍ ଡି (ପଲମୋନାରୀ ମେଡିସିନ୍‌) କନସଲଟାଂଟ୍ (ଚେଷ୍ଟ୍ ଆଣ୍ଡ୍ ଟିବି) କ୍ରିଟିକାଲ୍ କେୟାର୍ ଆଣ୍ଡ୍ ଇଂଟରଭେନସନାଲ୍ ପଲମନୋଲୋଜିଷ୍ଟ କଟକ ‘ଇନଫ୍ଲୁଏଞ୍ଜା’ ଶବ୍ଦ ସହ ଆମେମାନେ ଊଣା ଅଧିକେ ସମସ୍ତେ ପରିଚିତ । ଅନେକ କ୍ଷେତ୍ରରେ ଏହାକୁ ‘ଫ୍ଲୁ’ ବୋଲି ମଧ୍ୟ କୁହାଯାଏ । ଏହା ହେଉଛି ଏକ ଗୁରୁତର ସଂକ୍ରମକ ରୋଗ ( ଜଣକଠୁ ଆଉ ଜଣକୁ ସହଜରେ ବ୍ୟାପୁଥିବା), ଯାହା ଭୂତାଣୁ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥାଏ । ଏହି

ମସ୍ତିଷ୍କ ଆଘାତ (ହେଡ୍ ଇଞ୍ଜ୍ୟୁରି)- Head Injury Article by Dr Bhabani Shankar Das Neurosurgeon Cuttack

ମସ୍ତିଷ୍କ ଆଘାତ (ହେଡ୍ ଇଞ୍ଜ୍ୟୁରି) ପ୍ରଫେସର୍ ଡା. ଭବାନୀ ଶଙ୍କର ଦାସ ମସ୍ତିଷ୍କ ଓ ସ୍ନାୟୁ ଚିକିତ୍ସା ବିଶେଷଜ୍ଞ କଟକ ନିଜର କାହାର ମସ୍ତିଷ୍କ ଆଘାତ ଖବର ପାଇଲେ ମନରେ ଅନେକ ଆଶଙ୍କା ଆସେ । ଏ ଲେଖାଟି ପଢ଼ିସାରିଲେ ପାଠକମାନେ ବୁଝି ପାରିବେ ଆଶଙ୍କା ହେବାଟା କେତେ ଯଥାର୍ଥ । ମଣିଷ ଦେହରେ ବିଭିନ୍ନ ଅର୍ଗାନ୍ ବା ଅଙ୍ଗମାନଙ୍କ ଭିତରୁ ମସ୍ତିଷ୍କ ଶ୍ରେଷ୍ଠ ବୋଲି ଗଣାଯାଏ । ମସ୍ତିଷ୍କର ନିର୍ଦ୍ଦେଶରେ ଆମେ ହାତ, ଗୋଡ଼ ଚଲାଉ

ସ୍ତନ୍ୟପାନ – Brest feeding tips by Dr Pravakar Sethi Pediatrician Bhubaneswar

  ଡା. ପ୍ରଭାକର ସେଠୀ ଶିଶୁ ରୋଗ ବିଶେଷଜ୍ଞ କ୍ୟାପିଟାଲ୍ ହସ୍ପିଟାଲ୍ ଭୁବନେଶ୍ୱର   ସ୍ତନ୍ୟପାନ ହେଉଛି ମାଆର ନିଜ ପିଲା ପାଇଁ ସର୍ବଶ୍ରେଷ୍ଠ ଏବଂ ଅମୂଲ୍ୟ ଦାନ । ମା’ର କଷକ୍ଷୀର ନବଜାତକ ପାଇଁ ପ୍ରଥମ ପ୍ରତିଷେଧକ ଟୀକା । ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ ସନ୍ତ୍ୟପାନ କରାଇବା ନିହାତି ଜରୁରୀ । ଏହା ପିଲାକୁ ସୁସ୍ଥ, ନୀରୋଗ ରଖିବା ସହିତ ପିଲାର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରାଏ । ଶିଶୁକୁ

ଟେରାପଣ ଓ ଏହାର ଉପଚାର- Squint Description by Ophthalmologist Dr Monalisa Mohapatra

ଡା. ମୋନାଲିସା ମହାପାତ୍ର ଚକ୍ଷୁ ଚିକିତ୍ସକ ଯଦି ଦୁଇଟିଯାକ ଚକ୍ଷୁର ଦୃଷ୍ଟି ଗୋଟିଏ ଦିଗ ବା ନିର୍ଦ୍ଦିଷ୍ଟ ବସ୍ତୁକୁ ନିବଦ୍ଧ ହେଲା ନାହିଁ, ଅର୍ଥାତ୍ ଯଦି ଦୁଇଟିଯାକ ଚକ୍ଷୁ ଦୁଇଟି ଅଲଗା ଅଲଗା ଦିଗକୁ ଦେଖିଲେ ତାକୁ ସ୍କ୍ୱିଂଟ୍ ବା ଟେରା କୁହାଯାଏ । ଗୋଟିଏ ଚକ୍ଷୁ ଭିତରକୁ, ବାହାରକୁ, ତଳକୁ, ଉପରକୁ ଚାହୁଁଥିଲାବେଳେ ଅନ୍ୟ ଚକ୍ଷୁଟି ଆଉ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ନିରୀକ୍ଷଣ କରୁଥାଏ । ଏହା ସବୁବେଳେ ହୋଇଥାଏ କିମ୍ବା କେବେ କେବେ ହୋଇପାରେ

ମୁଖଗହ୍ୱର ଯତ୍ନ- By Dr. Prangyan Paramita Mishra Dentist Cuttack

  ଡା. ପ୍ରଜ୍ଞା ପାରମିତା ମିଶ୍ର ଦନ୍ତ ଚିକିତ୍ସକ କଟକ ସୁନ୍ଦର ହସଟେ କିଏ ବା ନ ଚାହେଁ! ବ୍ୟକ୍ତିତ୍ୱ ବୃଦ୍ଧିରେ ହସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଏଇ ସୁନ୍ଦର ହସ ପାଇଁ ମୁଖ ଗହ୍ୱରର ଉପଯୁକ୍ତ ଯତ୍ନ ନେବା ଏକାନ୍ତ ଅପରିହାର୍ଯ୍ୟ । ମୁଖ ଗହ୍ୱରର ସଠିକ୍ ଯତ୍ନ ନ ନେଲେ ଏହା ଅନେକ ଦନ୍ତରୋଗ ଏବଂ ମାଢ଼ି ରୋଗର କାରଣ ହୋଇଥାଏ । ଏହା ସହ ଅସ୍ଥିକ୍ଷୟ, ବିଭିନ୍ନ ପ୍ରକାରର ସଂକ୍ରମଣ

ମାନସିକ ବିକାର by Dr Suvendu Narayan Mishra Psychiatrist Bhubaneswar

ପ୍ରଫେସର ଡା. ଶୁଭେନ୍ଦୁ ନାରାୟଣ ମିଶ୍ର ମାନସିକ ରୋଗ ବିଭାଗ ଆଇ ଏମ୍ ଏସ୍ ଆଣ୍ଡ୍ ସମ୍ ହସପିଟାଲ୍‌ ଭୁବନେଶ୍ୱର   ଏକ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ ଚିହ୍ନିବା କିପରି ଏବଂ ଲକ୍ଷଣ ସବୁ କ’ଣ ? ଆସନ୍ତୁ ଜାଣିବା: ବ୍ୟକ୍ତି ବିଶେଷ ଅନୁଯାୟୀ ବିଷାଦର ଅନେକ ଲକ୍ଷଣ ମାନ ରହିଛି । ଅନିଚ୍ଛୁକ, ବ୍ୟଗ୍ରତା, ନାକାରାତ୍ମକ ଚିନ୍ତାଧାରା, ନିଜକୁ ସର୍ବଦା ଦୋଷୀ ମନେ କରିବା, ଅନ୍ଧକାର କରି ଘରେ ରହିବା । ଜୀବନ ପ୍ରତି ନିରାଶ

କେମୋଥେରାପି – Chemotherapy Description by Oncologist Dr Sourav Kumar Mishra

ଡା. ସୌରଭ କୁମାର ମିଶ୍ର ଡିଏମ୍ (ମେଡ଼ିକାଲ୍ ଅଙ୍କଲୋଜି) କର୍କଟ ରୋଗ ବିଶେଷଜ୍ଞ ଭୁବନେଶ୍ୱର (୧) କେମୋଥେରାପି କ’ଣ? କ୍ୟାନସର୍ (କର୍କଟ) ଆକ୍ରାନ୍ତ କୋଷମାନଙ୍କ ବିନାଶ କରିବା ପାଇଁ ଯେଉଁ ଔଷଧ ପ୍ରୟୋଗ କରାଯାଏ ତାହାକୁ ‘କେମୋଥେରାପି’ କୁହାଯାଏ । ଏଗୁଡ଼ିକ ଇଞ୍ଜେକସନ୍ ଏବଂ ଟାବଲେଟ୍ ରୂପରେ ଉପଲବ୍ଧ । (୨) ସମସ୍ତ ପ୍ରକାର କ୍ୟାନସରରେ କେମୋଥେରାପିର ପ୍ରୟୋଗ ବାଧ୍ୟତାମୂଳକ ଅଟେ କି? ପ୍ରାୟ ଅଧିକାଂଶ କ୍ୟାନସର ରୋଗୀ ସେମାନଙ୍କ କ୍ୟାନସର୍ ଚିକିତ୍ସାର ଅଂଶବିଶେଷ ଭାବେ କେମୋଥେରାପିର

ଲେଜର୍ ଦ୍ୱାରା ଅବାଂଛିତ ଲୋମର ମୂଳୋତ୍ପାଟନ- Unwanted Hair Removal by Laser-Dr. Laxmikanta Mishra

ଡା. ଲକ୍ଷ୍ମୀକାନ୍ତ ମିଶ୍ର ସିନିୟର୍ କନସଲ୍‌ଟାଂଟ୍ (କସ୍ମେଟିକ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ) ଭୁବନେଶ୍ୱର ଶରୀରରୁ ଅବାଂଛିତ ଲୋମ ସବୁକୁ ଲେଜର୍ ଲାଇଟର ସ୍ପନ୍ଦନକୁ ଉପଯୋଗ କରି ମୂଳୋତ୍ପାଟନ କରିବା ପଦ୍ଧତିକୁ ‘ଲେଜର ହେୟାର୍ ରିମୁଭାଲ୍‌’ ବୋଲି କୁହାଯାଏ, ଯେଉଁଥିରେ ଅବାଂଛିତ ଲୋମର ଲୋମକୂପ ସବୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ । ‘ଲେଜର୍ ହେୟାର୍ ରିମୁଭାଲ୍‌’ର ମୂଳତତ୍ତ୍ୱ ହେଉଛି ସିଲେକ୍ଟିଭ୍ ଫଟୋଥର୍ମୋଲାଇସିସ୍‌, ଯାହାର ଅର୍ଥ ଶରୀରର କୌଣସି ଏକ ଅଂଶରେ ନିର୍ଦ୍ଧାରିତ ଟିସୁ ଉପରେ ଏକ ନିର୍ଦ୍ଦିଷ୍ଟ

ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍ – Allergic Conjunctivitis by Ophthalmologist Dr Bighnaraj Pal

ଡା. ବିଘ୍ନରାଜ ପାଲ୍‌ ଚକ୍ଷୁରୋଗ ବିଶେଷଜ୍ଞ ଏଏସ୍‌ଜି ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ଆଲର୍ଜି ସୃଷ୍ଟି କରୁଥିବା ବିଭିନ୍ନ ତତ୍ତ୍ୱ ସଂସ୍ପର୍ଶରେ ଯେତେବେଳେ ଆଖି ଆସିଥାଏ, ସେତେବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରତିକ୍ରିୟାଶୀଳ ହୋଇଉଠେ । ଫଳରେ ଆଖିରେ ଅସହ୍ୟ କୁଣ୍ଡେଇ ହୁଏ, ଫୁଲିଯାଏ, ଆଖି ନାଲି ପଡିଯାଏ ଓ ପୀଡା ହୁଏ; ଏହି ଅବସ୍ଥାକୁ ‘ଆଲର୍ଜିକ୍ କଞ୍ଜକ୍ଟିଭାଇଟିସ୍‌’ କୁହାଯାଏ । କଞ୍ଜକ୍ଟିଭା ହେଉଛି ଆଖିକୁ ସମ୍ପୂର୍ଣ୍ଣ ଢ଼ାଙ୍କି ରଖୁଥିବା ଏକ ପତଳା ଆବରଣ ବା ଝିଲ୍ଲୀ