swasthya swara

Home|Tag: swasthya swara

ସମ୍ ଅଲଟିମେଟ୍ ମେଡିକେୟାର୍ ଉଦଘାଟିତ- Inauguration of SUM Ultimate Medicare Bhubaneswar

ଭୁବନେଶ୍ୱରରେ ବହୁ ପ୍ରତିକ୍ଷିତ ସୁପର୍ ସ୍ପେଶାଲିଟି ହସ୍ପିଟାଲ୍ ସମ୍ ଅଲଟିମେଟ୍ ମେଡିକେୟାର୍ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ‘ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ’ର ପ୍ରତିଷ୍ଠାତା ଡ. ମନୋଜ ରଞ୍ଜନ ନାୟକ ଉପସ୍ଥିତ ଥିଲେ । ଅଭିଜ୍ଞ ଚିକିତ୍ସକ ତଥା ଅତ୍ୟାଧୁନିକ ଚିିକିତ୍ସା ଉପକରଣ ଦ୍ୱାରା ରୋଗୀମାନେ ଏଠାରେ ଅନ୍ତର୍ଜାତୀୟମାନର ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ହସ୍ପିଟାଲ୍

ଶ୍ରୀ ଜଗନ୍ନାଥ ହାର୍ଟ ଫାଉଣ୍ଡେସନ୍ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ- Health Camp by Shree Jagannath Heart Foundation, Bhubaneswar

ଭୁବନେଶ୍ୱର ପଟିଆ ସ୍ଥିତ ଆର୍ଯ୍ୟପଲ୍ଲୀ କମ୍ୟୁନିଟି ହଲଠାରେ ଶ୍ରୀ ଜଗନ୍ନାଥ ହାର୍ଟ  ଫାଉଣ୍ଡେସନ୍ ପକ୍ଷରୁ ଏକ ନିଃଶୁଳ୍କ ମଧୁମେହ ଓ ହୃଦରୋଗ ନିରୂପଣ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଏଚବିଏ୧ସି, ଫାଷ୍ଟିଙ୍ଗ୍ ବ୍ଲଡ୍ ସୁଗାର୍‌, ପିପିବିଏସ୍ ଓ ଲିପିଡ୍ ପ୍ରୋଫାଇଲ୍ ଭଳି କେତେକ ପରୀକ୍ଷା ମାଗଣାରେ କରାଯାଇଥିଲା । ଡା. ହିମାଂଶୁ ଶେଖର ସାହୁ, ଡା. ନିକିତା ମହାପାତ୍ର ଓ ହୃଦରୋଗ ବିଶେଷଜ୍ଞ ଡା. ପଞ୍ଚାନନ ସାହୁ

ୟୁରୋଲୋଜିଷ୍ଟ୍ , ଆଣ୍ଡ୍ରୋଲୋଜିଷ୍ଟ୍‌, କିଡନି ଟ୍ରାନ୍ସପ୍ଲାଣ୍ଟ ସର୍ଜନ ତଥା ଆସିଷ୍ଟାଣ୍ଟ ପ୍ରଫେସର ଡା. ସଞ୍ଜୟ ଚୌଧୁରୀ ସମ୍ବର୍ଦ୍ଧିତ- Felicitation News of Dr. Sanjay Choudhuri Urologist, Andrologist, Kidney Transplant Surgeon & Assistant Professor Cuttack

କଟକ ଶ୍ରୀରାମ ଚନ୍ଦ୍ର ଭବନରେ ଭାଗବତ ସେବା ସମିତି ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ୟୁରୋଲୋଜିଷ୍ଟ୍ , ଆଣ୍ଡ୍ରୋଲୋଜିଷ୍ଟ୍‌, କିଡନି ଟ୍ରାନ୍ସପ୍ଲାଣ୍ଟ ସର୍ଜନ ତଥା ଆସିଷ୍ଟାଣ୍ଟ ପ୍ରଫେସର୍ ଡା. ସଞ୍ଜୟ ଚୌଧୁରୀ ସମ୍ବର୍ଦ୍ଧିତ ହୋଇଛନ୍ତି । ଏଥିରେ ସ୍ୱାମୀ ବୃନ୍ଦାବନ ଦାସ ମହାରାଜ, ନ୍ୟାୟମୂର୍ତି ଶ୍ରୀଯୁକ୍ତ ବୀରକିଶୋର ମିଶ୍ର, ପଫେସର ଉଦୟନାଥ ସାହୁ, କଟକ ବିଧାୟକ ମହମ୍ମଦ ମୋକିମ୍‌, ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସତ୍ୟକାମ ମିଶ୍ର,

ଇନଫ୍ଲୁଏଞ୍ଜା -Influenza Description by Dr. Pradeep Kumar Giri Pulmonologist Cuttack

ଡା. ପ୍ରଦୀପ କୁମାର ଗିରି ଏମ୍ ଡି (ପଲମୋନାରୀ ମେଡିସିନ୍‌) କନସଲଟାଂଟ୍ (ଚେଷ୍ଟ୍ ଆଣ୍ଡ୍ ଟିବି) କ୍ରିଟିକାଲ୍ କେୟାର୍ ଆଣ୍ଡ୍ ଇଂଟରଭେନସନାଲ୍ ପଲମନୋଲୋଜିଷ୍ଟ କଟକ ‘ଇନଫ୍ଲୁଏଞ୍ଜା’ ଶବ୍ଦ ସହ ଆମେମାନେ ଊଣା ଅଧିକେ ସମସ୍ତେ ପରିଚିତ । ଅନେକ କ୍ଷେତ୍ରରେ ଏହାକୁ ‘ଫ୍ଲୁ’ ବୋଲି ମଧ୍ୟ କୁହାଯାଏ । ଏହା ହେଉଛି ଏକ ଗୁରୁତର ସଂକ୍ରମକ ରୋଗ ( ଜଣକଠୁ ଆଉ ଜଣକୁ ସହଜରେ ବ୍ୟାପୁଥିବା), ଯାହା ଭୂତାଣୁ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥାଏ । ଏହି

ଜଏଗାଁରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ _Health camp news_Balikuda_Jagatsinghpur

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଜଏଗାଁସ୍ଥିତ ଶ୍ରୀକୃଷ୍ଣ ଗୁରୁକୁଳ ପରିସରରେ ଓଡିଶା ଆର୍ଥ୍ରାଇଟିସ୍ ଓ ରିମାଟୋଲୋଜି ସେଂଟର୍ ଏବଂ ବଂଶୀଧର ମେମୋରିଆଲ୍ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବଂଟନ କରାଯାଇଥିଲା ।   ଏହି ଶିବିରରେ ରିମାଟୋଲୋଜିଷ୍ଟ୍ ଡା. ଜ୍ୟୋତିରଞ୍ଜନ ପରିଡା, ଗ୍ୟାଷ୍ଟ୍ରୋଏଂଟେରୋଲିଷ୍ଟ୍ ଡା ପ୍ରଶାନ୍ତ କୁମାର ପରିଡା, ମେଡିସିନ୍ ସ୍ପେସାଲିଷ୍ଟ୍

ମସ୍ତିଷ୍କ ଆଘାତ (ହେଡ୍ ଇଞ୍ଜ୍ୟୁରି)- Head Injury Article by Dr Bhabani Shankar Das Neurosurgeon Cuttack

ମସ୍ତିଷ୍କ ଆଘାତ (ହେଡ୍ ଇଞ୍ଜ୍ୟୁରି) ପ୍ରଫେସର୍ ଡା. ଭବାନୀ ଶଙ୍କର ଦାସ ମସ୍ତିଷ୍କ ଓ ସ୍ନାୟୁ ଚିକିତ୍ସା ବିଶେଷଜ୍ଞ କଟକ ନିଜର କାହାର ମସ୍ତିଷ୍କ ଆଘାତ ଖବର ପାଇଲେ ମନରେ ଅନେକ ଆଶଙ୍କା ଆସେ । ଏ ଲେଖାଟି ପଢ଼ିସାରିଲେ ପାଠକମାନେ ବୁଝି ପାରିବେ ଆଶଙ୍କା ହେବାଟା କେତେ ଯଥାର୍ଥ । ମଣିଷ ଦେହରେ ବିଭିନ୍ନ ଅର୍ଗାନ୍ ବା ଅଙ୍ଗମାନଙ୍କ ଭିତରୁ ମସ୍ତିଷ୍କ ଶ୍ରେଷ୍ଠ ବୋଲି ଗଣାଯାଏ । ମସ୍ତିଷ୍କର ନିର୍ଦ୍ଦେଶରେ ଆମେ ହାତ, ଗୋଡ଼ ଚଲାଉ

ସ୍ତନ୍ୟପାନ – Brest feeding tips by Dr Pravakar Sethi Pediatrician Bhubaneswar

  ଡା. ପ୍ରଭାକର ସେଠୀ ଶିଶୁ ରୋଗ ବିଶେଷଜ୍ଞ କ୍ୟାପିଟାଲ୍ ହସ୍ପିଟାଲ୍ ଭୁବନେଶ୍ୱର   ସ୍ତନ୍ୟପାନ ହେଉଛି ମାଆର ନିଜ ପିଲା ପାଇଁ ସର୍ବଶ୍ରେଷ୍ଠ ଏବଂ ଅମୂଲ୍ୟ ଦାନ । ମା’ର କଷକ୍ଷୀର ନବଜାତକ ପାଇଁ ପ୍ରଥମ ପ୍ରତିଷେଧକ ଟୀକା । ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ ସନ୍ତ୍ୟପାନ କରାଇବା ନିହାତି ଜରୁରୀ । ଏହା ପିଲାକୁ ସୁସ୍ଥ, ନୀରୋଗ ରଖିବା ସହିତ ପିଲାର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରାଏ । ଶିଶୁକୁ

ଟେରାପଣ ଓ ଏହାର ଉପଚାର- Squint Description by Ophthalmologist Dr Monalisa Mohapatra

ଡା. ମୋନାଲିସା ମହାପାତ୍ର ଚକ୍ଷୁ ଚିକିତ୍ସକ ଯଦି ଦୁଇଟିଯାକ ଚକ୍ଷୁର ଦୃଷ୍ଟି ଗୋଟିଏ ଦିଗ ବା ନିର୍ଦ୍ଦିଷ୍ଟ ବସ୍ତୁକୁ ନିବଦ୍ଧ ହେଲା ନାହିଁ, ଅର୍ଥାତ୍ ଯଦି ଦୁଇଟିଯାକ ଚକ୍ଷୁ ଦୁଇଟି ଅଲଗା ଅଲଗା ଦିଗକୁ ଦେଖିଲେ ତାକୁ ସ୍କ୍ୱିଂଟ୍ ବା ଟେରା କୁହାଯାଏ । ଗୋଟିଏ ଚକ୍ଷୁ ଭିତରକୁ, ବାହାରକୁ, ତଳକୁ, ଉପରକୁ ଚାହୁଁଥିଲାବେଳେ ଅନ୍ୟ ଚକ୍ଷୁଟି ଆଉ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ନିରୀକ୍ଷଣ କରୁଥାଏ । ଏହା ସବୁବେଳେ ହୋଇଥାଏ କିମ୍ବା କେବେ କେବେ ହୋଇପାରେ

ଡା. ଆଦିତ୍ୟ ସାମଲଙ୍କ ସହ ସାକ୍ଷାତକାର- Interview with Dr Aditya Samal Cardiologist Utkal Hospital Bhubaneswar

  ଯେଉଁ କିଛି ଓଡିଆ ଡାକ୍ତର ବିଦେଶରେ ରହି ମଧ୍ୟ ଓଡିଶାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଚିନ୍ତା କରନ୍ତି, ସେମାନଙ୍କ ମଧ୍ୟରୁ ଡା. ଆଦିତ୍ୟ ସାମଲ ଅନ୍ୟତମ । ସୁଦୂର ଆମେରିକାରେ ଜଣେ କାର୍ଡିଓଲୋଜିଷ୍ଟ୍ ଭାବରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ତାଙ୍କରି ଉଦ୍ୟମରେ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଛି ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (ଉତ୍କଳ ହସ୍ପିଟାଲ୍‌) । ଆସନ୍ତୁ ଭେଟିବା ତାଙ୍କୁ । ରୋଗୀର ସମସ୍ୟା ଧୈର୍ଯ୍ୟର ସହ ଶୁଣିବା ଆବଶ୍ୟକ

ପ୍ରଫେସର ଡା. ଜୟନ୍ତ କୁମାର ଦାଶଙ୍କ ସହ ସାକ୍ଷାତକାର- Interview with Prof. Dr. Jayant Kumar Dash Plastic & Cosmetic Surgeon Bhubaneswar

ପ୍ରଫେସର ଡା. ଜୟନ୍ତ କୁମାର ଦାଶ । ଭୁବନେଶ୍ୱରସ୍ଥିତ ସମ୍ ଅଲ୍‌ଟିମେଟ୍ ମେଡିକେୟାର୍ ହସ୍ପିଟାଲର ପ୍ଲାଷ୍ଟିକ୍ ଆଣ୍ଡ୍ କସ୍ମେଟିକ୍ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ । ଗଣିଆ, ଅବିଭକ୍ତ ପୁରୀ ଜିଲ୍ଲାରେ ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ବାପାଙ୍କ ନାମ ଡ. ଗୋପବନ୍ଧୁ ଦାଶ ଓ ମା’ଙ୍କ ନାମ ଜ୍ୟୋତ୍ସ୍ନାମୟୀ ଦାଶ । ବାପା ଓଡ଼ିଆ ପ୍ରଫେସର ଥିଲେ । ପ୍ରଫେସର ଡା. ଜୟନ୍ତ ଦାଶଙ୍କ ଉଦ୍ୟମରେ ସମ୍ ହସ୍ପିଟାଲ୍‌ରେ ସ୍ଥାପିତ